ଚୀନ-ପାକ୍ ବିଦେଶ ମନ୍ତ୍ରୀ ବୈଠକରେ ଭାରତ ମୁଖ୍ୟ ପ୍ରସଙ୍ଗ ହୋଇପାରେ

ଚୀନ-ପାକ୍ ବିଦେଶ ମନ୍ତ୍ରୀ ବୈଠକରେ ଭାରତ ମୁଖ୍ୟ ପ୍ରସଙ୍ଗ ହୋଇପାରେ

Independent News Pakistan

ନୂଆଦିଲ୍ଲୀ : ଭାରତ ସହିତ ପାକିସ୍ତାନ ଓ ଚୀନର ସଂପର୍କ ଏବେ ଭଲନାହିଁ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମଦ କ୍ୟୁରେସି ଦୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି। ଚୀନର ହାଇନାନ୍ ପ୍ରଦେଶରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କୁ ସେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଏହି କୂଟନୈତିକସ୍ତରୀୟ ବୈଠକରେ ଭାରତ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଅନୁମାନ କରାଯାଉଛି। ଏହାସହିତ ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ଓ କରୋନା ମହାମାରୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ।

ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଚୀନ ସହିତ ବନ୍ଧୁତ୍ବ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ। ପାକିସ୍ତାନ ସହିତ ଭଲ ଏବଂ ମନ୍ଦ ସମୟରେ ଚୀନ ଠିଆ ହୋଇଛି। ତେଣୁ ପାକିସ୍ତାନର ଭବିଷ୍ୟତ ଚୀନ ସହ ଜଡ଼ିତ ବୋଲି ସେ କହିଥିଲେ। ଏହାପରେ ଦୁଇ ଦେଶ ମଧ୍ୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ଉପରେ କୂଟନୀତିଜ୍ଞମାନେ ନଜର ରଖିଛନ୍ତି। ଏହାବ୍ୟତୀତ ନିକଟରେ ସାଉଦି ଆରବ ସହିତ ଖରାପ ହୋଇଥିବା ସମ୍ପର୍କରେ ସୁଧାର ଆଣିବା ପାଇଁ ପାକିସ୍ତାନର ସେନାମୁଖ୍ୟ ଜେନେରାଲ କ୍ବାମର ଜାଭେଦ ବଜୱା ରିୟାଦ ଗସ୍ତରେ ଯାଇଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇନାହାନ୍ତି। ତେଣୁ ଚୀନ ହିଁ ଏବେ ପାକିସ୍ତାନର ସମ୍ବଳ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe