Image Courtesy of India Today
ନୂଆଦିଲ୍ଲୀ: ଭାରତ ପୁଣି ଇତିହାସ ରଚିଲା ବୋଲି ଦେଶରେ କୋଭିଡ୍ ଟିକାରକରଣ ୨୦୦ କୋଟି ଟପିଯାଇଥିବାରୁ ଦେଶବାସୀଙ୍କୁ ପ୍ରଶଂସା କରି ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଉଲ୍ଲେଖନୀୟ ସଫଳତା ଏବଂ ଇତିହାସ ସୃଷ୍ଟି କରିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ଭାରତ ପୁନର୍ବାର ଇତିହାସ ସୃଷ୍ଟି କଲା। ୨୦୦ କୋଟି ଟିକା ଡୋଜ୍ ଅତିକ୍ରମ କରିଯାଇଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଜଣାଉଛି। ଭାରତର ଟିକାକରଣ ଅଭିଯାନକୁ ପରିମାଣ ଓ ବେଗରେ ଅତୁଳନୀୟ କରାଇବାରେ ଅବଦାନ ଥିବା ଜନସାଧାଣଙ୍କ ପାଇଁ ଗୌରବାନ୍ବିତ ମନେକରୁଛି। ଏହା କୋଭିଡ୍-୧୯ ବିରୋଧରେ ବୈଶ୍ବିକ ସଂଗ୍ରାମକୁ ମଜ୍ଭୁତ କରିଛି।
କୋଭିଡ୍ ଟିକାକରଣ କ୍ଷେତ୍ରରେ ଭାରତ ୨୦୦ କୋଟି ଡୋଜ୍ ଅତିକ୍ରମ କରିଯାଇଛି ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭୀୟ ଘୋଷଣା କରିଛନ୍ତି। ୧୮ ମାସ ପୂର୍ବେ ଅର୍ଥାତ ୨୦୨୧ ଜାନୁଆରି ୧୬ ତାରିଖରେ ଦେଶବ୍ୟାପୀ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।
Image Courtesy of Zee Newsଟୁଇଟ୍ରରେ ଦେଶର ‘କୋ-ୱିନ୍ ୱେବ୍ସାଇଟ୍’ ଗଣନାରେ ୨୦୦ କୋଟି ଟିକା ଡୋଜ୍ ପ୍ରଦାନ କରାଯାଇଥିବା ଫଟୋ ପୋଷ୍ଟ୍ କରି କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି, ୧୭, ଜୁଲାଇ୨୦୨୨, ଚିରସ୍ମରଣୀୟ ଦିନଟିଏ। ୨୦୦ କୋଟି ଟିକାକରଣ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ଆମ ପାଇଁ ଗୌରବର କଥା ଯେ, କୋଭିଡ୍-୧୯ ଟିକା ଦେବା ରେ ଏଯାବତ୍ ଭାରତ ୨୦୦ କୋଟି ଡୋଜ୍ ଟପିଯାଇଛି। ଏ ସଫଳତା ପାଇଁ ମୁଁ ସ୍ବାସ୍ଥ୍ୟସେବା କର୍ମୀ ଓ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଉଛି।
କୋଭିଡ୍-୧୯ ଟିକାକରଣ କ୍ଷେତ୍ରରେ ୨୦୦ କୋଟି ଡୋଜ୍ ଅତିକ୍ରମ କରିଯାଇଥିବାରୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦେଶକ ଡାକ୍ତର ପୂନମ କ୍ଷେତ୍ରପାଳ ସିଂହ ମଧ୍ୟ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସଂକ୍ରମିତ ହେଉଥିବା ମହାମାରୀର ପ୍ରଭାବକୁ ସୀମିତ କରିବା ଲାଗି ଦେଶର ପ୍ରତିବଦ୍ଧତା ଏବଂ ଉଦ୍ୟମର ଏହା ଆହୁରି ଗୋଟାଏ ପ୍ରମାଣ ବୋଲି ସେ କହିଛନ୍ତି।
Follow Us