ଜରେୁଜେଲମ୍‌ର ‘ଟେମ୍ପଲ୍‌ ମାଉଣ୍ଟ୍‌’ ହିଂସାକାଣ୍ଡ ଘଟଣାରେ ଗଭୀର ଚିନ୍ତା ଉଦ୍ରେକ କଲା ଭାରତ

Advertisment
ଇସ୍ରାଏଲ ଆକ୍ରମଣରେ ଇରାନର ସେନା ଅଧିକାରୀ ନିହତ: ପ୍ରତିଶୋଧ ନେବାକୁ ଇରାନର ଧମକ

Image Courtesy of Reuters

ଜାତିସଂଘ: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନୀୟଙ୍କ ମଧ୍ୟରେ ଉତ୍ତେଜନା ତେଜୁଥିବା ବେଳେ ଜରେୁଜେଲମ୍‌ର ‘ଟେମ୍ପଲ୍‌ ମାଉଣ୍ଟ୍‌’ ଏବଂ ନିକଟବର୍ତ୍ତୀ ଶେଖ୍‌ ଜରା ଏବଂ ସିଲ୍‌ୱାନ୍‌ରେ ସ୍ଥାନାନ୍ତରିକରଣ ଯୋଗୁଁ ଭାରତ ଗଭୀର ଚିନ୍ତା ଉଦ୍ରେକ କରିଛି। ସ୍ଥିତାବସ୍ଥା ପରିବର୍ତ୍ତନ ନ କରିବା ଲାଗି ମଧ୍ୟ ଭାରତ ଉଭୟ ପକ୍ଷଙ୍କୁ କହିଛି।

ଜାତିସଂଘ ଦୂତାବାସରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି ଟୁଇଟ୍‌ କରି କହିଛନ୍ତି, ହାରାମ୍‌ ଅଲ୍‌ ଶରିଫ୍/ଟେମ୍ପଲ୍‌ ମାଉଣ୍ଟ୍‌ରେ ହୋଇଥିବା ସଂଘର୍ଷ ଓ ହିଂସାକାଣ୍ଡ ଯୋଗୁଁ ଭାରତ ଗଭୀର ଚିନ୍ତିତ। ନିକଟବର୍ତ୍ତୀ ଅଞ୍ଚଳର ଶେଖ୍‌ ଜରା ଏବଂ ସିଲ୍‌ୱାନ୍‌ରେ ସ୍ଥାନାନ୍ତରଣ ଯୋଗୁଁ ମଧ୍ୟ ଭାରତ ସମପରିମାଣରେ ଚିନ୍ତିତ।

ସେ କହିଛନ୍ତି, କ୍ଷେତ୍ରାବସ୍ଥାର ସ୍ଥିତାବସ୍ଥା ପରିବର୍ତ୍ତନ ନ କରିବା ଲାଗି ଭାରତ ଉଭୟ ପକ୍ଷଙ୍କୁ ଅନୁରୋଧ କରିଛି। ଏହି ପ୍ରାଚୀନ ସହରରେ ଭାରତୀୟ ସୁଫି ସନ୍ଥଙ୍କ ‘ଅଲ୍‌ଜାୱିୱା ଅଲ୍‌ ହିନ୍ଦିୟା’ ରହିଛି।

publive-image Image Courtesy of India Today

ଏହାଛଡ଼ା, ଭାରତ ଗାଜାର ରକେଟ୍‌ କ୍ଷେପଣ ଘଟଣାକୁ ମଧ୍ୟ ନିନ୍ଦା କରିଛି ବୋଲି ତିରୁମୂର୍ତ୍ତି ଟୁଇଟ୍‌ କରିଛନ୍ତି। ଉଭୟ ପକ୍ଷ ତୁରନ୍ତ ପ୍ରତ୍ୟକ୍ଷ ଶାନ୍ତି ଆଲୋଚନା ଆରମ୍ଭ କରିବା ଉଚିତ ବୋଲି ତିରୁମୂର୍ତ୍ତି ଗୁରୁ‌ତ୍ବାରୋପ କରିଛନ୍ତି।

ଗାଜାରେ ଇସ୍ରାଏଲ୍‌ର ରକେଟ୍‌ ନିକ୍ଷେପଜନିତ ଘଟଣାରେ ପିଲାଙ୍କ ସମେତ ବହୁସଂଖ୍ୟକ ମୃତାହତଙ୍କ ପାଇଁ ସେ ଦୁଃଖବ୍ୟକ୍ତ କରିଛନ୍ତି। ମୁକାବିଲା ପାଇଁ ଇସ୍ରାଲୀୟ ନିରାପତ୍ତା ବଳ ସମୁଚ୍ଚିତ ଦକ୍ଷତା ପ୍ରତିପାଦନ କରିବା ଉଚିତ। ଇସ୍ରାଏଲ୍‌ବାସୀଙ୍କ ଉପରେ ନିର୍ବିଚାର ଭାବେ ରକେଟ୍‌ ଓ ମ‌ୋର୍ଟାର୍‌ ନିକ୍ଷେପ କାଣ୍ଡ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତରାତିରେ ବୀର୍‌ଶେବା ଓ ତେଲ୍‌ ଅଭିଭା ଆଡ଼କୁ ୨୧୦ଟି ରକେଟ୍‌ ନିକ୍ଷେପ କରିଥିବା କଥା ହମାସ୍‌ର ସଶସ୍ତ୍ରବାହିନୀ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe