ଦ୍ବିତୀୟ ଶୀର୍ଷ ସ୍ତରୀୟ ବୈଠକରେ ପିଏଲ୍‌ଏକୁ ପାନଗଙ୍ଗ ଅଞ୍ଚଳରୁ ପଛକୁ ଘୁଞ୍ଚିଯିବା ପାଇଁ ଦାବି କଲା ଭାରତ

Advertisment
ଚୀନ୍‌ର ଚରିତ୍ର ବଦଳିବନି, ଭାରତକୁ ଅଧିକ କିଛି କରିବାକୁ ହେବ

The Dispatch

ନୂଆଦିଲ୍ଳୀ: ଗତ କିଛି ଦିନ ହେବ ଭାରତ ଓ ଚୀନ ମଧ୍ୟରେ ଗଣ୍ଡଗୋଳ ଉପୁଜି ସ୍ଥିତି ଅଶାନ୍ତ ରହୁଥିବା ବେଳେ ସୋମବାର ଭାରତ ଚୀନ ସୈନିକଙ୍କୁ ଦେଶର ପୂର୍ବ ଲଦାଖସ୍ଥିତ ପାନଗଙ୍ଗ ସୋ ଅଞ୍ଚଳରୁ ଘୁଞ୍ଚିଯିବାକୁ ଚାପ ପକାଇଛି। ଜୁନ୍‌ ୧୫  ତାରିଖରେ ଗଲୱାନ୍‌ ଘାଟିଠାରେ ଉପୁଜିଥିବା ସଂଘର୍ଷକୁ ନେଇ ନିଜର କ୍ରୋଧ ପ୍ରକାଶ କରି ଭାରତ ସୋମବାର ଦୁଇ ଦେଶ ପକ୍ଷରୁ ହୋଇଥିବା ଦ୍ବିତୀୟ ଶୀର୍ଷ ସ୍ତରୀୟ ବୈଠକରେ ଏପରି ଦାବି କରିଛି। ଗଲୱାନ୍‌ ଘାଟିରେ ଚୀନ ପକ୍ଷରୁ ହୋଇଥିବା ଆକ୍ରମଣ ପୂର୍ବନିର୍ଦ୍ଧାରିତ ହୋଇଥିବା ବେଳେ ଚୀନ ସେନା ଅଯଥାରେ ହିଂସା ପ୍ରଦର୍ଶନ କରି ଏପରି କାଣ୍ଡ ରଚିଛି ବୋଲି ଅଭିଯୋଗ ‌ଆଣିଛି ଭାରତ।

ଭାରତ ମଧ୍ୟ-ଏପ୍ରିଲ୍‌ରୁ ଚୀନର ପିପୁଲ୍‌ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ)କୁ ପାନଗଙ୍ଗ ‌ସୋ ଅଞ୍ଚଳରୁ ପଛକୁ ଘୁଞ୍ଚିଯିବା ପାଇଁ ଦାବି କରି ଆସୁଛି। ଜାଣିରଖନ୍ତୁ ଯେ ସୋମବାର ଦୁଇ ଦେଶ ପକ୍ଷରୁ ହୋଇଥିବା ଦ୍ବିତୀୟ ଶୀର୍ଷ ସ୍ତରୀୟ ବୈଠକ ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା।

publive-image Free Press Journal

ଉଲ୍ଲେଖଯୋଗ୍ୟ, ଲଦାଖ୍‌ର ଗଲୱାନ୍‌ ଘାଟି ସ୍ଥିତ ଏଲ୍‌ଏସିରେ ସ୍ଥିତି ଅଶାନ୍ତ ହୋଇପଡ଼ିଛି। ଏଲ୍‌ଏସିଠାରୁ ମାତ୍ର କିଛି ମିଟର ଦୂରରେ ଉଭୟ ଭାରତ ଏବଂ ଚୀନ୍‌ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଉଭୟ ପକ୍ଷରୁ ୧୦୦୦ରୁ ଅଧିକ ସୈନ୍ୟଦଳ ଏଲ୍‌ଏସି ନିକଟରେ ମୁତୟନ ହୋଇଛନ୍ତି। ବ୍ୟାପକ ଅସ୍ତ୍ରଶସ୍ତ୍ର ତଥା ତୋପ, ଯୁଦ୍ଧବିମାନ ଏବଂ ଟ୍ୟାଙ୍କ୍‌ ମଧ୍ୟ ମୁତୟନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe