କରୋନା ରୋଗୀଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଅନୁମୋଦନ କରାଯିବ ନାହିଁ: ଆଇସିଏମ୍‌ଆର୍‌

Advertisment
କରୋନା ରୋଗୀଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଅନୁମୋଦନ କରାଯିବ ନାହିଁ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: କରୋନା ଚିକିତ୍ସା‌ ପାଇଁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଭାରତରେ ଅନୁମୋଦନ କରାଯିବ ନାହିଁ। ଏହି ଔଷଧ ରୋଗୀଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ଆଜି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ସ୍ପଷ୍ଟ କରାଯାଇଛି। ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌କୁ ନେଇ ଏ ପର୍ଯ୍ୟନ୍ତ ଗବେଷଣା ଜାରି ରହିଛି ଏବଂ ଏନେଇ କୌଣସି ଫଳାଫଳ ନ ଆସିବା ପର୍ଯ୍ୟନ୍ତ କୋଭିଡ୍‌ -୧୯ ରୋଗୀଙ୍କ ପାଇଁ ଆଇସିଏମ୍‌ଆର ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ସୁପାରିସ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। । କୌଣସି କରୋନା ରୋଗୀଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଔଷଧ ବାଧ୍ୟତାମୂଳକ ହୋଇପାରିବ ନାହିଁ। ଏହା ବାସ୍ତବରେ ସଂକ୍ରମଣ କମାଉଛି କି ନାହିଁ ତାହା ପରୀକ୍ଷା ପରେ ହିଁ ଜଣାପଡ଼ିବ। ଡାକ୍ତରମାନେ ଏଯାବତ୍‌ କରୋନା ଲକ୍ଷଣ ଦେଖା ଦେଉଥିବା ରୋଗୀମାନଙ୍କ କ୍ଷେତ୍ରରେ ଏହାର ପରୀକ୍ଷା କରୁଛନ୍ତି ବୋଲି ଆଇସିଏମ୍‌ଆର ବୈଜ୍ଞାନିକ ଆର ଗଙ୍ଗା କେତ୍‌କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe