ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍:ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବୋଲିଂ

ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ମହତ୍ତ୍ବପୂର୍ଣ୍ଣ ଚତୁର୍ଥ ମୁକାବିଲା ବୁଧବାରଠାରୁ ମା‌ଞ୍ଚେଷ୍ଟର୍‌ର ଓଲ୍‌ଡ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ଖେଳାଯାଉଛି। ମ୍ୟାଚ୍‌ରେ ଇଂଲଣ୍ତ ଦଳ ଟସ୍ ଜିତି ପ୍ରଥମେ ‌ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି....

India-England fourth Test: England win toss, bowl first

India-England fourth Test: England win toss, bowl first Photograph: (sambad.in)

ମା‌ଞ୍ଚେଷ୍ଟର୍‌: ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ମହତ୍ତ୍ବପୂର୍ଣ୍ଣ ଚତୁର୍ଥ ମୁକାବିଲା ବୁଧବାରଠାରୁ ମା‌ଞ୍ଚେଷ୍ଟର୍‌ର ଓଲ୍‌ଡ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ଖେଳାଯାଉଛି। ମ୍ୟାଚ୍‌ରେ ଇଂଲଣ୍ତ ଦଳ ଟସ୍ ଜିତି ପ୍ରଥମେ ‌ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଏଣୁ ଶୃଙ୍ଖଳା ବଞ୍ଚାଇବା ଲାଗି ମାଞ୍ଚେଷ୍ଟର୍ ମ୍ୟାଚ୍‌ ଭାରତ ଲାଗି କର ବା ମର ପାଲଯିଛି । ଭାରତୀୟ କ୍ରିକେଟ୍ ଦଳକୁ ଏହି ମ୍ୟାଚ୍ ଜିତିବା କିମ୍ବା ଅମୀମାଂସିତ ରଖିବାକୁ ପଡ଼ିବ।

ନହେଲେ ଇଂଲଣ୍ଡ ୩-୧ର ଅପରାଜେୟ ଅଗ୍ରଣୀ ହାସଲ  କରି ‘ଦି ଓଭାଲ’ଠାରେ ଜୁଲାଇ ୩୧ ତାରିଖରୁ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ମୁକାବିଲା ପୂର୍ବରୁ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ପ୍ରଥମ ବିଜେତା ହେବା ପକ୍କା କରିନେବ। 

India | team england

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe