India-EU Deal: ସ୍ବାକ୍ଷର ହେବ ଭାରତ-ଇୟୁ ମହା ବାଣିଜ୍ୟ ରାଜିନାମା

Advertisment

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ମହା ବାଣିଜ୍ୟ ରାଜିନାମା ସ୍ବାକ୍ଷର ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇ ଡରାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ରାଜିନାମା ହେବାକୁ ଯାଉଛି ଯାହା ଭାରତ ପାଇଁ ଏକ ବଡ଼ ଆଶ୍ବସ୍ତି ହେବ

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ମହା ବାଣିଜ୍ୟ ରାଜିନାମା ସ୍ବାକ୍ଷର ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇ ଡରାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ରାଜିନାମା ହେବାକୁ ଯାଉଛି ଯାହା ଭାରତ ପାଇଁ ଏକ ବଡ଼ ଆଶ୍ବସ୍ତି ହେବ

New Project (9)

DEAL Photograph: (sambad.in)

ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ମହା ବାଣିଜ୍ୟ ରାଜିନାମା ସ୍ବାକ୍ଷର ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇ ଡରାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ରାଜିନାମା ହେବାକୁ ଯାଉଛି ଯାହା ଭାରତ ପାଇଁ ଏକ ବଡ଼ ଆଶ୍ବସ୍ତି ହେବ। ଏହି ରାଜିନାମାର ଆକାର ହେଉଛି ବିଶ୍ବ ଜିଡିପିର ଏକ ଚତୁର୍ଥାଂଶ। ଦୀର୍ଘ ୧୮ ବର୍ଷ ଧରି ଏହାକୁ ସଫଳ କରିବାକୁ ଭାରତ ପ୍ରୟାସରତ ଅଛି। ଡାଭୋସ୍‌ରେ ଆୟୋଜିତ ବଶ୍ବ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍‌)ରେ ଯୋଗଦେଇ ୟୁରୋପୀୟ କମିସର ସଭାପତି ଉର୍ସୁଲା ଭନ ଡେର ଲିୟେନ ବୁଝାମଣା ଉପରେ ଆଲୋକପାତ କରି କହିଥିଲେ ଯେ ଆହୁରି ବହୁତ କାମ ବାକି ଅଛି। କିନ୍ତୁ ଆମେ ଏକ ଐତିହାସିକ ରାଜିନାମାର ଅତ୍ୟନ୍ତ ନିକଟତର ହୋଇଛୁ। ଏହାକୁ ସମସ୍ତେ ସବୁ ରାଜିନାମା ମଧ୍ୟରେ ଶ୍ରେଷ୍ଠ ବୋଲି କହୁଛନ୍ତି। ଏହା ୨୦୦ କୋଟି ଲୋକଙ୍କ ପାଇଁ ବଜାର ସୃଷ୍ଟି କରିବ ବୋଲି ସେ କହିଛନ୍ତି। ୟୁରୋପ ବିଶ୍ବ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ହୋଇଥିବା ବେଳେ ଭାରତ ହେଉଛି ବିଶ୍ବର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଦେଶ। ଭାରତକୁ ହାତ କରି ଚୀନ ଉପରେ ନିର୍ଭରଶୀଳତାକୁ ୟୁରୋପ ହ୍ରାସ କରିପାରିବ। ୨୭ଟି ଦେଶକୁ ନେଇ ଗଠିତ ଇୟୁ ହେଉଛି ଭାରତର ଦ୍ବିତୀୟ ବଡ଼ ବାଣିଜ୍ୟ ସହଯୋଗୀ।

ଆହୁରି ପଢନ୍ତୁ- Income: ଗୋଟିଏ ଚାକିରିରେ ପୁରୁନି ପେଟ: ୫୮% ଭାରତୀୟ ଚାହୁଛନ୍ତି ଡବଲ ରୋଜଗାର

ଇୟୁ ସହ ବାଣିଜ୍ୟ ରାଜିନାମା ଲାଗି ୨୦୦୭ରେ ଉଦ୍ୟମ ଆରମ୍ଭ ହୋଇଥିଲା। ହଠାତ୍‌ ଏହି ଆଲୋଚନା ବନ୍ଦ ହୋଇଯାଇଥିଲା। ଏକ ଦଶନ୍ଧି ପରେ ୨୦୨୨ରେ ପୁଣି ଥରେ ଆଲୋଚନା ଆଗକୁ ବଢ଼ିଥିଲା। ରାଜନୈତିକ ଇଚ୍ଛାଶକ୍ତି ଥିବାରୁ ଆଲୋଚନା ସକାରାତ୍ମକ ଦିଗରେ ଆଗଉଛି। ଭାରତ-ଇୟୁ ବାଣିଜ୍ୟ ଓ ପ୍ରଯୁକ୍ତି ପରିଷଦ ଗଠନ ହେବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମାଧାନ ବାଟ ବାହାର କରିବା ସହଜ ହୋଇଛି।

ଆହୁରି ପଢନ୍ତୁ- National Kho Kho: ଜାତୀୟ ଖୋଖୋରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚ୍‌ପିସି ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ

୨୦୨୩ରେ ଭାରତ-ଇୟୁ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୨୪୦୦ କୋଟି ୟୁରୋ ଥିଲା। ସେଥିରେ ଡିଜିଟାଲ ଓ ଆଇଟି ସେବାର ଭାଗ ୬୦୦୦ କୋଟି ୟୁରୋ ରହିଛି। ଏକ ଆନୁ‌ଷ୍ଠାନିକ ରାଜିନାାମ ଦ୍ବାରା ସ୍ବଚ୍ଛ ଶକ୍ତି, ଔଷଧ, ଅତ୍ୟାଧୁନିକ ବିନିର୍ମାଣ ପ୍ରଯୁକ୍ତି ଓ ଡିଜିଟାଲ ସେବା‌ରେ ସହଯୋଗିତା ବଢ଼ାଇବାର ବ୍ୟାପକ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe