India-EU Trade Pact In Final Stage: ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତ-ଇୟୁ ବାଣିଜ୍ୟ ଆଲୋଚନା

Advertisment

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ବାଣିଜ୍ୟ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହିତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ଚାଲିଛି ବୋଲି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସୂଚନା ଦେଇଛନ୍ତି।

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ବାଣିଜ୍ୟ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହିତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ଚାଲିଛି ବୋଲି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସୂଚନା ଦେଇଛନ୍ତି।

Trade Pact

India-EU Trade Pact Photograph: (sambad.in)

ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ବାଣିଜ୍ୟ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହିତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ଚାଲିଛି ବୋଲି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସୂଚନା ଦେଇଛନ୍ତି। ଗୁଜରାଟର ରାଜକୋଟଠାରେ ଆୟୋଜିତ ଆଞ୍ଚଳିକ ଏମ୍‌ଏସ୍‌ଏମ୍‌ଇ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି।

ନିକଟରେ ବ୍ରସେଲ୍ସଠାରେ ଶ୍ରୀ ଗୋୟଲ ଇୟୁର ବାଣିଜ୍ୟ ଏବଂ ଅର୍ଥନୈତିକ ସୁରକ୍ଷା କମିସନର ମାରୋସ୍‌ ସେଫକୋଭିକ୍‌ଙ୍କ ସହ ବାଣିଜ୍ୟ ଆଲୋଚନା କରିଥିଲେ। ଆଲୋଚନାରେ ଭଲ ଅଗ୍ରଗତି ହୋଇଛି ବୋଲି କହିଥିଲେ। ସମାଧାନ ନହୋଇ ପଡ଼ି ରହିଥିବା ବିଷୟଗୁଡ଼ିକୁ ସମାଧାନ କରିବା ପାଇଁ ଉଭୟ ପକ୍ଷ ସେମାନଙ୍କ ବାଣିଜ୍ୟ ଆଲୋଚନା ଟିମ୍‌କୁ ନିର୍ଦ୍ଦେଶ ଦେଇଥିଲେ।

ଦ୍ବିପାକ୍ଷିକ ବାଣିଜ୍ୟ ୧୩୬ ବିଲିଅନ ଡଲାରରୁ ଅଧିକ ରହିଥିଲା

ଭାରତ-ଇୟୁ ସମ୍ମିଳନୀ ଚଳିତମାସ ଶେଷ ଆଡ଼କୁ ନୂଆଦିଲ୍ଲୀରେ ହେବ। ତାହା ପୂର୍ବରୁ ବାଣିଜ୍ୟ ରାଜିନାମା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସାମଗ୍ରୀ କ୍ଷେତ୍ରରେ ଭାରତ ୟୁରୋପୀୟ ସଂଘର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ। ୨୦୨୪-୨୫ରେ ଦ୍ବିପାକ୍ଷିକ ବାଣିଜ୍ୟ ୧୩୬ ବିଲିଅନ ଡଲାରରୁ ଅଧିକ ରହିଥିଲା। ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ଆସନ୍ତାକାଲି ହେବ ବୋଲି ନୂଆଦିଲ୍ଲୀରେ ଆଜି ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ସର୍ଜିଓ ଗୋର୍‌ ଦାୟିତ୍ବ ଗ୍ରହଣ କରିବା ଅବସରରେ ସୂଚନା ଦେବା ପରେ ଗୋୟଲ ଏହି ମନ୍ତବ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: North Korea Slams US: ଆମକୁ ବଦନାମ କରି ଏକଘରିକିଆ କରିବାକୁ ଚାହୁଁଛି ଆମେରିକା: କିମ୍ ଜୋଙ୍ଗ ଉନ୍



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe