ବିଶ୍ବ କ୍ଷୁଧା ସୂଚୀ ୨୦୨୧: ୧୦୧ତମ ସ୍ଥାନକୁ ଖସିଲା ଭାରତ

Advertisment
ବିଶ୍ବ କ୍ଷୁଧା ସୂଚୀ ୨୦୨୧: ୧୦୧ତମ ସ୍ଥାନକୁ ଖସିଲା ଭାରତ

Swachh India NDTV

ନୂଆଦିଲ୍ଲୀ: ବିଶ୍ବର ୧୧୬ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ବିଶ୍ବ କ୍ଷୁଧା ସୂଚୀ ୨୦୨୧ ତାଲିକାରେ ଭାରତ ଚଳିତବର୍ଷ ୧୦୧ତମ ସ୍ଥାନକୁ ଖସିଯାଇଛି। ଗତବର୍ଷ ଭାରତ ଏହି ତାଲିକାରେ ୯୪ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ୧୦୧ତମ ସ୍ଥାନକୁ ଖସିବା ଦ୍ବାରା ଭାରତ ତଳେ ମାତ୍ର ୧୫ଟି ଦେଶ ରହିଛନ୍ତି। ସେହି ଦେଶଗୁଡ଼ିକ ହେଲା ପପୁଆ ନ୍ୟୁ ଗିନି, ଆଫଗାନିସ୍ତାନ, ନାଇଜେରିଆ, କଙ୍ଗୋ, ମୋଜାମ୍ବିକ, ସିଏରା ଲିଓନୋ, ତିମୋର ଲେଷ୍ଟି, ହାଇତି, ଲାଇବେରିଆ, ମାଡଗାସ୍କର, ଚାଡ, ୟେ‌ମେନ ଏବଂ ସୋମାଲିଆ ପ୍ରମୁଖ। ସୋମାଲିଆ ସବୁଠୁ ତଳେ ୧୧୬ତମ ସ୍ଥାନରେ ରହିଛି।

ଆୟର୍ଲାଣ୍ଡର ସହାୟତା ପ୍ରଦାନକାରୀ ସଂସ୍ଥା କନସର୍ନ ୱାର୍ଲଡୱାଇଡ ଏବଂ ଜର୍ମାନୀର ୱେଲଟ୍ ହଙ୍ଗର ହିଲ୍‌ଫେ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ଉକ୍ତ ରିପୋର୍ଟରେ ଭାରତର କ୍ଷୁଧାକୁ ଚିନ୍ତାଜନକ ବୋଲି ଦର୍ଶାଯାଇଛି। ୨୦୦୦ ମସିହାରେ ଭାରତର ସ୍କୋର ବିଶ୍ବ କ୍ଷୁଧା ସୂଚୀରେ ୩୮.୮ ଥିବାବେଳେ ୨୦୧୨ରୁ ୨୦୨୧ ମଧ୍ୟରେ ଏହା ହ୍ରାସ ପାଇ ୨୮.୮ରୁ ୨୭.୫ ମଧ୍ୟରେ ରହିଛି। ଚାରିଟି ମାନଦଣ୍ଡକୁ ନେଇ ଏହି ସୂଚୀ ପ୍ରସ୍ତୁତ ହୋଇଛି। ସେଗୁଡ଼ିକ ହେଲା ଅପପୁଷ୍ଟି, ଉତ୍କଟ ଅପପୁଷ୍ଟି, ଦୀର୍ଘକାଳୀନ ଅପପୁଷ୍ଟି ଏବଂ ୫ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁହାର। କୋଭିଡ-୧୯ ଏବଂ ଏଥିଜନିତ କଟକଣା ଦ୍ବାରା ଭାରତର ଲୋକମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଲୋକଙ୍କୁ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ଭାରତର ପଡ଼ୋଶୀ ଦେଶ ନେପାଳ (୭୬), ବାଂଲାଦେଶ (୭୬), ମିଆଁମାର (୭୧) ଏବଂ ପାକିସ୍ତାନ (୯୨) ଆଦି ଉପରେ ରହିଥିଲେ ମଧ୍ୟ ଏମାନଙ୍କୁ ମଧ୍ୟ ଚିନ୍ତାଜନକ କ୍ଷୁଧାବର୍ଗରେ ରଖାଯାଇଛି।

ଅନ୍ୟପକ୍ଷରେ ଭାରତ ପାଇଁ କିଛିଟା ଆଶ୍ବାସନାର ବିଷୟ ହେଲା ୫ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁ ହାର ଓ ଅନ୍ୟାନ୍ୟ କେତେକ ମାନଦଣ୍ଡରେ ଭାରତର ଅଗ୍ରଗତି ଘଟିଛି। କ୍ଷୁଧା ବିରୋଧରେ ଚାଲିଥିବା ଲଢ଼େଇ ଟ୍ରାକ୍‌ ବାହାରକୁ ଚାଲିଯାଇଛି। ସାମଗ୍ରିକ ଭାବେ ବିଶ୍ବ ଏବଂ ବିଶେଷକରି ୪୭ଟି ଦେଶ ୨୦୩୦ ମସିହା ସୁଦ୍ଧା କ୍ଷୁଧା ନେଇ ରଖାଯାଇଥିବା ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ନାହିଁ ବୋଲି କୁହାଯାଇଛି। ବିଶ୍ବରେ ୨୦୦୦ ମସିହାରୁ କ୍ଷୁଧା ହ୍ରାସ ପାଉଥିଲେ ମଧ୍ୟ ଏହାର ଅଗ୍ରଗତି ହାର ମନ୍ଥର ହୋଇଛି। ୨୦୦୬ରୁ ୨୦୧୨ ମଧ୍ୟରେ ବିଶ୍ବର କ୍ଷୁଧା ସୂଚୀ ୪.୭ ପଏଣ୍ଟ ବା ୨୫.୧ ପଏଣ୍ଟରୁ ୨୦.୪ ପଏଣ୍ଟକୁ ହ୍ରାସ ପାଇଥିଲା। କିନ୍ତୁ ୨୦୧୨ ମସିହାରୁ ଏହା ମାତ୍ର ୨.୫ ପଏଣ୍ଟ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଚୀନ, କୁଏତ, ବ୍ରାଜିଲ ସମେତ ମୋଟ ୧୮ଟି ଦେଶ କ୍ଷୁଧା‌ ଦମନ କ୍ଷେତ୍ରରେ ଭଲ ପ୍ରଦାନ କରିଛନ୍ତି। ସେମାନଙ୍କର ସ୍କୋର ୫ରୁ କମ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe