ଶତ୍ରୁତା ସତ୍ତ୍ବେ ମାନବିକତା ଦେଖାଇଲା ଭାରତ: ବନ୍ୟା ନେଇ ପାକ୍‌କୁ କଲା ସୂଚୀତ

ଉତ୍ତେଜନା ଯୋଗୁ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଥିଲେ। ଏବେ ଭାରତ ପ୍ରଥମ ଥର ପାଇଁ ‘ଅପରେସନ ସିନ୍ଦୂର’ ପରେ ପରେ ପାକିସ୍ତାନ ସହ ଯୋଗାଯୋଗ କରିଛି। ତାହା ପୁଣି ଏକ ସତର୍କ ସୂଚନା ଦେବା ପାଇଁ।

New Project (15)

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ିଥିବା ଉତ୍ତେଜନା ଏବେ ବି ଠିକ୍‌ କରି ଥମି ନାହିଁ। ଉତ୍ତେଜନା ଯୋଗୁ ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଥିଲେ। ଏବେ ଭାରତ ପ୍ରଥମ ଥର ପାଇଁ ‘ଅପରେସନ ସିନ୍ଦୂର’ ପରେ ପରେ ପାକିସ୍ତାନ ସହ ଯୋଗାଯୋଗ କରିଛି। ତାହା ପୁଣି ଏକ ସତର୍କ ସୂଚନା ଦେବା ପାଇଁ।

ସରକାରୀ ସୂଚନା ଅନୁଯାୟୀ, ଭାରତୀୟ ଉଚ୍ଚାୟୋଗ ଇସଲାମାବାଦକୁ ଜଣାଇଥିଲା ଯେ ଜମ୍ମୁର ତାୱି ନଦୀରେ ପ୍ରବଳ ବନ୍ୟା ଆସିବାର ସମ୍ଭାବନା ଅଛି, ଯାହା ପାକିସ୍ତାନରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇପାରେ। ଭାରତର ଏହି ଚେତାବନୀ ପରେ, ପାକ୍ ପ୍ରଶାସନ ମଧ୍ୟ ଏକ ସତର୍କତା ଜାରି କରିଛି।

ସିନ୍ଧୁ ନଦୀ ଅବବାହିକାର ନଦୀଗୁଡ଼ିକ ଭାରତ ଏବଂ ପାକିସ୍ତାନ ଦେଇ ପ୍ରବାହିତ ହୁଏ। ତେଣୁ ଏଠାରେ ବନ୍ୟା ହେଲେ ପାକ୍‌ ବି ପ୍ରଭାବିତ ହେବ। ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଥିବା ସତ୍ତ୍ୱେ, ସାଧାରଣ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଭାରତ ପାକିସ୍ତାନକୁ ବନ୍ୟା ସତର୍କତା ପଠାଇଛି। ଯାହାକି ଭାରତର ବଡ଼ପଣର ପରିଚୟ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। କ୍ରୋଧିତ ପାକିସ୍ତାନ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା ​​କିନ୍ତୁ କଡ଼ା ଜବାବ ପାଇଥିଲା।

ଅନ୍ୟପକ୍ଷରେ ଭାରତ ପାକିସ୍ତାନକୁ ସ୍ପଷ୍ଟ ସଙ୍କେତ ଦେଇଛି ଯେ ଯେପର୍ଯ୍ୟନ୍ତ ସେ ସୀମାପାର ଆତଙ୍କବାଦ ବନ୍ଦ କରିବା ପାଇଁ ଗମ୍ଭୀର ପଦକ୍ଷେପ ନ ନିଏ, ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ। ସମସ୍ୟାରେ ପଡ଼ିଥିବା ପାକିସ୍ତାନ ଏହି ସମସ୍ୟାର ସମାଧାନ ପାଇଁ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଅଦାଲତର ଆଶ୍ରୟ ନେଇଥିଲା, କିନ୍ତୁ ଭାରତ ସ୍ପଷ୍ଟ କରିଦେଇଛି ଯେ ଏହି ମାମଲା କେବଳ ଦ୍ୱିପାକ୍ଷିକ ଆଲୋଚନାର ବିଷୟ ଏବଂ ଏହା କୌଣସି ଅନ୍ତର୍ଜାତୀୟ ଅଦାଲତର ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ନୁହେଁ। ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପାକିସ୍ତାନର ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe