ପାକ୍‌ ସାଇବର ଆକ୍ରମଣ ପଣ୍ଡ କଲା ଭାରତ

Advertisment

 ଶିଶୁ, ବୟସ୍କ ଏବଂ କଲ୍ୟାଣକାରୀ‌ ସେବା ସହ ଜଡ଼ିତ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମକୁ ପାକିସ୍ତାନୀ ହ୍ୟାକରମାନେ ଟା‌ର୍ଗେଟ୍‌ କରିଥିବାବେଳେ ଭାରତର ସାଇବର ସିକ୍ୟୁରିଟି ସଂସ୍ଥା ଏହାର ସଠିକ୍‌ ମୁକାବିଲା କରିଛନ୍ତି।

 ଶିଶୁ, ବୟସ୍କ ଏବଂ କଲ୍ୟାଣକାରୀ‌ ସେବା ସହ ଜଡ଼ିତ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମକୁ ପାକିସ୍ତାନୀ ହ୍ୟାକରମାନେ ଟା‌ର୍ଗେଟ୍‌ କରିଥିବାବେଳେ ଭାରତର ସାଇବର ସିକ୍ୟୁରିଟି ସଂସ୍ଥା ଏହାର ସଠିକ୍‌ ମୁକାବିଲା କରିଛନ୍ତି।

sdsdcxccx

ନୂଆଦିଲ୍ଲୀ:  ଶିଶୁ, ବୟସ୍କ ଏବଂ କଲ୍ୟାଣକାରୀ‌ ସେବା ସହ ଜଡ଼ିତ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମକୁ ପାକିସ୍ତାନୀ ହ୍ୟାକରମାନେ ଟା‌ର୍ଗେଟ୍‌ କରିଥିବାବେଳେ ଭାରତର ସାଇବର ସିକ୍ୟୁରିଟି ସଂସ୍ଥା ଏହାର ସଠିକ୍‌ ମୁକାବିଲା କରିଛନ୍ତି।  ପାକ୍‌ ହ୍ୟାକରଙ୍କ ସାଇବର ଆକ୍ରମଣକୁ ଭାରତ ପଣ୍ଡ କରିଦେଇଛି। ପହଲଗାମ ଆକ୍ରମଣ ପୀଡ଼ିତଙ୍କୁ ପରିହାସ କରିବାକୁ ଯାଇ ପାକିସ୍ତାନୀ ହ୍ୟାକର୍‌ ନାର୍ଗୋଟା ଏବଂ ସୁଞ୍ଜୁୱାନ୍‌ ସେନା ପବ୍ଲିକ ସ୍କୁଲ୍‌ ‌ୱେବସାଇଟ୍‌କୁ ବିକୃତ କରିବାକୁ ଉଦ୍ୟମ କରିଥିଲେ।  ଅନ୍ୟ ଏକ ଘଟଣାରେ ପୂର୍ବତନ ସୈନିକଙ୍କ ସ୍ବାସ୍ଥ୍ୟସେବା ପାଇଁ ଥିବା ଏକ ୱେବ୍‌ସାଇଟ୍‌କୁ ମଧ୍ୟ ଟା‌ର୍ଗେଟ୍‌ କରାଯାଇଥିଲା।

ସେହିପରି ଆର୍ମି ଇନଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଏବଂ ଇଣ୍ଡିଆନ ଏୟାର ଫୋର୍ସ ‌ଭେଟେରାନ୍‌ସ ସର୍ଭିସ୍‌ ୱେବସାଇଟ୍‌ ମଧ୍ୟ ହ୍ୟାକ୍‌ କରିବାକୁ ଉଦ୍ୟମ ହୋଇଛି।  ଗୁଇନ୍ଦା‌ ସଂସ୍ଥା ପକ୍ଷରୁ ଏଭଳି ୪ଟି ସାଇବର ଆକ୍ରମଣ ଉଦ୍ୟମ ହୋଇଥିବା ସ୍ପଷ୍ଟ କରାଯାଇଛି। ତେବେ ଭାରତ ପାକିସ୍ତାନୀ ହ୍ୟାକରଙ୍କ ଏସବୁ ସାଇବର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛି।   ଇତି ମଧ୍ୟରେ ଏଲ୍‌ଓସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।  ଲଗାତାର ୮ ଦିନ ଧରି ଏଲ୍‌ଓସିରେ ଗୁଳିବର୍ଷା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe