ଭାରତ ମହାସାଗରରେ ବଢୁଛି ଚୀନ ନୌସେନାର ପ୍ରଭାବ : ମିଳିତ ପ୍ରହରା ଦେବେ ଭାରତ ଓ ଫ୍ରାନ୍ସର ନୌସେନା

ଚୀନ ସହ ଉତ୍ତେଜନା ପରିପ୍ରେକ୍ଷୀରେ ମିତ୍ର ଦେଶ ସହ ନିୟମିତ ସମରାଭ୍ୟାସ କରିବାକୁ ଭାରତର ଯୋଜନା

image : Indian Navy

ନୂଆଦିଲ୍ଲୀ : ଭାରତ ମହାସାଗରରେ ଚୀନର ପ୍ରଭାବ ବଢୁଥିବାରୁ କେବଳ ଭାରତ ନୁହେଁ ୟୁରୋପୀୟ ଦେଶ ମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି । ଏହାଛଡା ସୋମାଲିଆ ଜଳଦସ୍ୟୁମାନଙ୍କ ଉତ୍ପାତ ମଧ୍ୟ ବଢିଚାଲିଛି ।

ଏହାକୁ ଦୃଷ୍ଟିରେ ରଖି ଭାରତ ମହାସାଗରରେ ମିଳିତ ପ୍ରହରା ପାଇଁ ରାଜି ହୋଇଛନ୍ତି ଭାରତ ଓ ଫ୍ରାନ୍ସ । ଏହି ମହାସାଗରରେ ଥିବା ପରସ୍ପରର ସାମରିକ ସ୍ୱାର୍ଥର ସୁରକ୍ଷା କରିବା, ଗୁଇନ୍ଦା ସୂଚନା ଆଦାନପ୍ରଦାନ ଓ ଚୋରାକାରବାରକୁ ରୋକିବା ପାଇଁ ଦୁଇଦେଶ ସହମତ ହୋଇଛନ୍ତି । ଏ ସଂପର୍କରେ ଆସନ୍ତା ବର୍ଷ ଦୁଇ ଦେଶର ନୌସେନା ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଭାରତ ମହାସାଗରରେ ଥିବା ଫ୍ରାନ୍ସ ମିଳିତ ସେନାର ଜଏଣ୍ଟ କମାଣ୍ଡର ଭାଇସ୍‌-ଆଡମିରାଲ ଡିଡିଏର ମାଲେଟେରୀ କହିଛନ୍ତି ।

ବାଣିଜ୍ୟକାରବାର ଦୃଷ୍ଟିରୁ ଭାରତ ମହାସାଗର ବିଶ୍ୱର ଏକ ବ୍ୟସ୍ତବହୁଳ ଅଞ୍ଚଳ ହୋଇଥିବାରୁ ଜାହାଜଗୁଡ଼ିକର ମୁକ୍ତ ଓ ଅବାଧ ଚଳାଚଳ ଜରୁରୀ । କିନ୍ତୁ ଚୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିଜର ସାମରିକ ଘାଟି ପ୍ରତିଷ୍ଠା କରୁଛି । ନିୟମିତଭାବେ ତାହାର ଯୁଦ୍ଧଜାହାଜ ଏ ଅଞ୍ଚଳରେ ପଇଁତରା ମାରୁଛନ୍ତି । ଏହାକୁ ନେଇ ଭାରତ, ୟୁରୋପୀୟ ଦେଶ ଓ ଆମେରିକା ଚିନ୍ତିତ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe