ବୈଶ୍ବିକ ଅନିଶ୍ଚିତତା ସତ୍ତ୍ବେ ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଛି: ପ୍ରଧାନମନ୍ତ୍ରୀ ମୋଦୀ

ବୈଶ୍ବିକ ଅନିଶ୍ଚିତତା ସତ୍ତ୍ବେ ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଛି: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Tribune India

ନୂଆଦିଲ୍ଲୀ: ବୈଶ୍ବିକ ଅନିଶ୍ଚିତତା ସତ୍ତ୍ବେ ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବା କଥା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କର୍ଣ୍ଣାଟକରେ ଆୟୋଜିତ ‘ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ମିଟ୍‌’ର ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ କହିଛନ୍ତି।

ଭାରତକୁ ଉଜ୍ଜ୍ବଳ ଭବିଷ୍ୟତ ସ୍ଥାନ କହି ବୈଶ୍ବିକ ବିଶେଷଜ୍ଞମାନେ ପ୍ରଶଂସା କରୁଥିବା କଥା କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବେଙ୍ଗାଲୁରୁ ନଗରୀ ହେଉଛି ମେଧା ଓ ପ୍ରଯୁକ୍ତି ବିଦ୍ୟାର ହବ୍।

‘ଇନ୍‌ଭେଷ୍ଟ୍‌ କର୍ଣ୍ଣାଟକ ୨୦୨୨’ ନାମ ରଖାଯାଇଥିବା ଏହି ସମାରୋହର ଉଦ୍ଦେଶ୍ୟ ହେଉଛି, ଆଶାୟୀ ନିବେଶକମାନଙ୍କୁ ଆକର୍ଷିତ କରି ପରବର୍ତ୍ତୀ ଦଶନ୍ଧି ନିମନ୍ତେ ଉନ୍ନୟନ ଆଜେଣ୍ଡା ପ୍ରସ୍ତୁତି କରିବା।

publive-image Image Courtesy of Times of India

ବେଙ୍ଗାଲୁରୁରେ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୩ଦିନିଆ କାର୍ଯ୍ୟକ୍ରମରେ ୮୦ରୁ ଅଧିକ ବକ୍ତା ବା ଉଦ୍‌ବୋଧନୀ ଅଧିବେଶନ ରହିବ।

ବକ୍ତାମାନଙ୍କ ମଧ୍ୟରେ ଅଛନ୍ତି କୁମାର ମଙ୍ଗଳମ୍‌ ବିର୍ଲା, ସାଜ୍ଜନ ଜିନ୍ଦଲ୍‌, ବିକ୍ରମ କିର୍ଲୋସ୍କର୍‌ ଏବଂ ସେମାନଙ୍କ ଭଳି ଅନେକ ଉଚ୍ଚ ବର୍ଗର ଶିଳ୍ପପତି।

ଏହା ବ୍ୟତିରେକେ, ୩ ଶହରୁ ଅଧିକ ପ୍ରଦର୍ଶକଙ୍କ ସମେତ ବାଣିଜ୍ୟ ପ୍ରଦର୍ଶନୀ ଓ ରାଷ୍ଟ୍ର ଅଧିବେଶନ ଚାଲିବ।

ନିଜ ଜିଜ ଦେଶରୁ ଉଚ୍ଚସ୍ତରୀୟ ମନ୍ତ୍ରୀ ଓ ଶିଳ୍ପ ପ୍ରତିନିଧି ଆଣିଥିବା ଭାଗିଦାରୀ ରାଷ୍ଟ୍ର ଫ୍ରାନ୍‌ସ୍‌, ଜର୍ମାନି, ନେଦର୍‌ଲାଣ୍ଡସ୍‌, ଦକ୍ଷିଣ କୋରିଆ, ଜାପାନ ଏବଂ ଅଷ୍ଟ୍ରେଲିଆ ଉକ୍ତ ରାଷ୍ଟ୍ର ଅଧିବେଶନର ଆୟୋଜନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe