ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ ବରଂ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି। ବିଦ୍ୟାଳୟ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍ଥାପିତ ସାମାଜିକ ପରିବର୍ତ୍ତନର ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ ବୋଲି ଶନିବାର “ଆରାଇଜ୍ ସ୍କୁଲ ଶିକ୍ଷା ସମ୍ମିଳନୀ–୨୦୨୪”ର ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟର ଶିକ୍ଷାବିତ୍ ସମୂହ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ଏହି ଖବର ପଢ଼ନ୍ତୁ: ୪୮ ଘଣ୍ଟା ପାଇଁ ପାଣିପାଗ ବିଭାଗର ଚେତାବନୀ

ଆମକୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାକୁ ଆହୁରି ଅଧିକ ବଢାଇବା ପାଇଁ ପଡ଼ିବ। ଘରୋଇ ବିଦ୍ୟାଳୟ ଓ କୋଚିଂ ଅପେକ୍ଷା ସରକାରୀ ବିଦ୍ୟାଳୟ ଶିକ୍ଷା ଉପରେ ପିଲା ଓ ଅଭିଭାବକଙ୍କ ଅଧିକ ବିଶ୍ୱାସ ରହିବା ଉଚିତ। ଏହି ସମସ୍ୟାର ସମାଧାନ ଅନ୍ୱେଷଣ କରିବାରେ ଆରାଇଜ୍ ଭଳି ଏକ ଫୋରମ୍ ଏକ ବଡ଼ ଭୂମିକା ଗ୍ରହଣ କରିପାରିବ। ଏଥିସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆମ ସ୍କୁଲର ବଳିଷ୍ଠ ଉଦ୍ୟମକୁ ବଢ଼ାଇବାରେ ଆରାଇଜ୍ ଏକ ଉତ୍ପେରକ ହୋଇପାରିବ।

-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବର ଫେରିବା ବେଳେ ଜଳିଗଲା

ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ। ବୈଷୟିକ ଜ୍ଞାନକୌଶଳର ବିକାଶ ଖୁବ୍ ଦ୍ରୁତ ଗତିରେ ହେଉଛି। ଆମ ପିଲାମାନଙ୍କ ମଧ୍ୟରେ ଟେକ୍ନୋଲୋଜି, ଇନୋଭେସନ, ଏଆଇ ଓ ଏମଏଲ ଭଳି ବିଷୟରେ ଉତ୍ସୁକତା ଓ ଆଗ୍ରହ ରହିବା ଦରକାର। ଚାକିରି ଖୋଜିବା ସହ ସେମାନଙ୍କ ମଧ୍ୟରେ ଚାକିରିଦାତା ହେବାର ଇଚ୍ଛା ବଢ଼ିବା ଦରକାର। ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍କୁଲ ଶିକ୍ଷାବିତଙ୍କ ଏକ ବଡ଼ ଦାୟିତ୍ୱ ରହିଛି। ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ।ଶିକ୍ଷାକୁ ସୁଲଭ କରିବା ସହଦେଶର କୋଣ ଅନୁକୋଣରୁ ଡମି ସ୍କୁଲବନ୍ଦ କରିବା ପାଇଁ ସ୍କୁଲ ଶିକ୍ଷା ପରିବାର ସମୂହକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଆମ ସମସ୍ତଙ୍କୁ ଏଥିରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ସହ ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଉପରେ ଯୋର୍ ଦେବାକୁ ହେବ ବୋଲି ସେ କହିଛନ୍ତି।

ଏହି ଖବର ପଢ଼ନ୍ତୁ: କାଠଫାଳିଆରେ ପିଟିପିଟି ପ୍ରେମିକଙ୍କୁ ହତ୍ୟା

ଜାତୀୟ ଶିକ୍ଷା ନୀତିର କାର୍ଯ୍ୟାନ୍ୱୟନରେ ନୂତନ ବେଞ୍ଚମାର୍କ ସ୍ଥାପିତ କରିବା, ଶିକ୍ଷକଙ୍କର କ୍ଷମତା ବିକାଶ କରିବା, ନୂତନ ଶିକ୍ଷାଗତ ପଦ୍ଧତି ଆଭିମୁଖ୍ୟ ତିଆରି କରିବା, ବଡ଼ ଆକାରରେ ନବୋନ୍ମେଷକୁ ପ୍ରୋତ୍ସାହିତ କରିବା, ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀ ତିଆରି କରିବା ଏବଂ ଭାରତୀୟ ଭାଷାରେ ପଢ଼ାଇବା ପାଇଁ ଆମର ସ୍କୁଲ୍ ଶିକ୍ଷା ପ୍ରଣାଳୀକୁ ଅଗ୍ରଣୀ ଭୂମିକା ନିବାହ କରିବାକୁ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। 

ଏହି ଖବର ପଢ଼ନ୍ତୁ: କଂଗ୍ରେସର ଏକ ପରିବାର ସମ୍ବିଧାନକୁ କ୍ଷତି ପହଞ୍ଚାଇଛନ୍ତି