ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍ଘାଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଭାରତୀୟ ଐତିହ୍ୟର ପଦଚିହ୍ନ ଧାରଣ କରିଛି। ରାଜ୍ୟର ଧଉଳି ଶାନ୍ତିସ୍ତୁପ ପ୍ରମାଣିତ କରିଥିଲା ଯେ, ତରବାରୀ ଦ୍ବାରା ହୃଦୟ ଜୟ ଅବା ଶାନ୍ତି ପ୍ରତିଷ୍ଠା କରାଯାଇପାରେ ନାହିଁ।
ଯେତେବେଳେ ଦୁନିଆରେ ଖଣ୍ଡା ଦ୍ୱାରା ସାମ୍ରାଜ୍ୟ ବିସ୍ତାର କରିବାକୁ ଏକ ସମୟ ଥିଲା, ସେତେବେଳେ ଆମ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ।
LIVE : 'ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ'ରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ #PravasiBharatiyaDivashttps://t.co/P5IkQtaI0v
— Mohan Charan Majhi (@MohanMOdisha) January 9, 2025
ଅଧିକ ପଢ଼ନ୍ତୁ: ଦେଶର କଳା,ସଂସ୍କୃତି,ପରମ୍ପରାର ପ୍ରସାର ବିଶ୍ଵ ଦରବାରରେ କରିବା ପାଇଁ ଶପଥ ନେବା: ମୁଖ୍ୟମନ୍ତ୍ରୀ
ଆମର ଐତିହ୍ୟର ଏହି ଶକ୍ତି ହେଉଛି ଯାହାର ପ୍ରେରଣା ସହିତ ଆଜି ଭାରତ ବିଶ୍ୱକୁ କହିବାକୁ ସକ୍ଷମ ହୋଇଛି ଯେ ଭବିଷ୍ୟତ ଯୁଦ୍ଧରେ ନୁହେଁ, ବରଂ ବୁଦ୍ଧରେ ଅଛି।
ଏଭଳି ମନ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଓଡ଼ିଶାର ଭୁବନେଶ୍ବରର ଜନତା ମଇଦାନରୁ ବିଶ୍ବଶାନ୍ତି ପାଇଁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ବର୍ତ୍ତମାନ ଭାରତର କଥାକୁ ଧ୍ୟାନର ସହ ଶୁଣୁଛି। 'ମାନବତା ପ୍ରଥମ' ମନ୍ତ୍ର ଆଧାରରେ ଭାରତ ଆଜି ବିଶ୍ଵ ଦରବାରରେ ନିଜର ଭୂମିକାକୁ ସୁଦୃଢ କରିପାରିଛି। ଏବେ ଭାରତର ଆଭିମୁଖ୍ୟ ବିଶ୍ବରେ ପରିଚିତି ହାସଲ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ: ଜୟଶଙ୍କର
ବିଶ୍ୱ ବର୍ତ୍ତମାନ ଭାରତର କଥାକୁ ଧ୍ୟାନର ସହ ଶୁଣୁଛି। 'ମାନବତା ପ୍ରଥମ' ମନ୍ତ୍ର ଆଧାରରେ ଭାରତ ଆଜି ବିଶ୍ଵ ଦରବାରରେ ନିଜର ଭୂମିକାକୁ ସୁଦୃଢ କରିପାରିଛି। - ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ #PBD2025#PravasiBharatiyaDivaspic.twitter.com/poRKFBxlFR
— Mohan Charan Majhi (@MohanMOdisha) January 9, 2025