ଭୁବନେଶ୍ୱର: ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି।
ଦେଶର ବିକାଶରେ ଭାରତୀୟଙ୍କ ଅବଦାନ ଅବିସ୍ମରଣୀୟ। ଆସନ୍ତୁ ସ୍ଵଦେଶୀ ଚିନ୍ତାଧାରାକୁ ଆପଣାଇବା ସହ ବିଶ୍ଵ ଦରବାରରେ ନିଜ ଦେଶର କଳା, ସଂସ୍କୃତି, ପରମ୍ପରାର ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଶପଥ ନେବା।
ଓଡ଼ିଶୀ ନୃତ୍ୟ, ପଟ୍ଟଚିତ୍ର ଏବଂ ସମ୍ବଲପୁରୀ ହସ୍ତତନ୍ତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ବିଭିନ୍ନ ପରମ୍ପରାର ଏକ କେନ୍ଦ୍ର ଅଟେ।
LIVE : 'ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ'କୁ ମୋର ଉଦ୍ବୋଧନ #PravasiBharatiyaDivas https://t.co/Fo71SW1wbF
— Mohan Charan Majhi (@MohanMOdisha) January 9, 2025
ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ: ଜୟଶଙ୍କର
ସେ କହିଛନ୍ତି, ଓଡ଼ିଶା ରାଜ୍ୟ ହେଉଛି ବିବିଧ ସଂସ୍କୃତି ଏବଂ ଐତିହାସିକ ଉତ୍କର୍ଷର ଏକ ହବ୍। ଓଡ଼ିଶୀ ହେଉଛି ଭାରତର ପୁରାତନ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଅନ୍ୟତମ। ଓଡ଼ିଶାର ପଟ୍ଟଚିତ୍ରର ଜଟିଳ କଳା ଜଗତକୁ ଆକର୍ଷିତ କରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁରର ବିଶ୍-ପ୍ରସିଦ୍ଧ ହସ୍ତତନ୍ତ କପଡା ଆମର ଅନ୍ୟତମ ପ୍ରିୟ ତଥା ଜୀବନ୍ତ ପରମ୍ପରା ମଧ୍ୟରୁ ଅନ୍ୟତମ। ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟର ଭଣ୍ଡାର। ଏହା ପ୍ରବାସୀଙ୍କୁ ବେଶ୍ ଆକୃଷ୍ଟ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
I had the honor of joining the inaugural session of the 'Pravasi Bharatiya Divas Convention,' inaugurated by Hon'ble Prime Minister Shri @narendramodi Ji, alongside The President of Trinidad and Tobago, Ms. Christine Carla Kangaloo, Hon'ble Governor Shri @DrHariBabuK Ji, External… pic.twitter.com/9LKRB0LPnf
— Mohan Charan Majhi (@MohanMOdisha) January 9, 2025
ନିଜ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ । ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ ।
ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ଆଗକୁ ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଓଡ଼ିଶା ଭରପୁର । ଏହା ଆପଣମାନଙ୍କୁ ପୁଞ୍ଜିନିବେଶରେ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।