ଭାରତ ଆଜି ଏକ ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ପାଇଛି: ରାଷ୍ଟ୍ରପତି ମୁର୍ମୁ

Advertisment
ଭାରତ ଆଜି ଏକ ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ପାଇଛି: ରାଷ୍ଟ୍ରପତି ମୁର୍ମୁ

www.google.com

ନୂଆଦିଲ୍ଳୀ: ଆଜି ସଂସଦର ବେଜଟ୍‌ ଅଧିବେଶନର ପ୍ରାରମ୍ଭ ଦିବସରେ ଉଭୟ ଗୃହର ସଦସ୍ୟଙ୍କ ଉପସ୍ଥିତି ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ‘ଆଜି ଭାରତ ଏକ ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ପାଇଛି।’

ସେ ଆହୁରି ବି କହିଛନ୍ତି ଯେ ‘ସରକାର ଖୁବ୍ ଶୀଘ୍ର ୯ ବର୍ଷ ପୂରା କରିବେ। ଏବେ ସୁଦ୍ଧା ହୋଇଥିବା ସବୁଠାରୁ ବଡ଼ ପରିବର୍ତ୍ତନ ‌ହେଉଛି ଭାରତୀୟଙ୍କ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ପୂରା ବିଶ୍ବର ସମସ୍ୟାର ଭାରତ ଏବେ ସମାଧାନ ପାଲଟିଛି। ଆଜି ଭାରତ ଏକ ସ୍ଥିର, ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ପାଇଛି, ଯାହାକି ଗରିବମାନଙ୍କ ସମସ୍ୟାକୁ ଦୂର କରି ସେମାନଙ୍କୁ ବଡ଼ ସ୍ବପ୍ନ ଦେଖାଇବାରେ ସହାୟ ହେଉଛି।’

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରୁ ନେଇ ଏଲ୍‌ଓସି ଓ ଏଲ୍‌ଏସିରେ ଆତଙ୍କବାଦ ବିରୋଧରେ କଡ଼ା‌ ମୁକାବିଲା। ୩୭୦ ଧାରା ଉଚ୍ଛେଦରୁ ନେଇ ତିନ୍‌ ତଲାକ୍ ପର୍ଯ୍ୟନ୍ତ ନେଇଥିବା ନିଷ୍ପତ୍ତି ପ୍ରମାଣିତ କରୁଛି ଯେ ଆମ ସରକାର ଏକ ଉତ୍ତମ ନିର୍ଣ୍ଣାୟକ ସରକ‌ାର। ସରକାର ସବୁବେଳେ ଦେଶର ସ୍ବାର୍ଥରେ ନିଷ୍ପତ୍ତି ନେଇଛନ୍ତି ବୋଲି ମୁର୍ମୁ କହିଛନ୍ତି।

ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟ ଉପସ୍ଥାପନ କରିବେ।

ଏହି ରିପୋର୍ଟ ଉପସ୍ଥାପନର ପର ଦିନ ଅର୍ଥାତ ବୁଧବାରଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ଲୋକସଭାରେ ବର୍ଷ ୨୦୨୩-୨୪ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଣୁ ସରକାର ଏଥିରେ କେତେକ ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe