ଅଭିଯୋଗ ଦୋହରାଇଲେ ଟ୍ରୁଡ଼ୋ: ଭାରତ ବିରାଟ ତ୍ରୁଟି କରିଛି

ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଅତି ଜଟିଳ ହୋଇଯାଇଛି। ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡ଼ା ଭାରତୀୟ ହାଇକମିସନର ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିବାପରେ ଭାରତ ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

hkhfkhkhk

ଟରୋଣ୍ଟୋ: ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଅତି ଜଟିଳ ହୋଇଯାଇଛି। ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡ଼ା ଭାରତୀୟ ହାଇକମିସନର ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିବାପରେ ଭାରତ ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଉଭୟ ଭାରତ ଏବଂ କାନାଡ଼ା ଏହି କାରଣ ପାଇଁ ପରସ୍ପରର ଉଚ୍ଚାୟୁକ୍ତ ଏବଂ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଇତିମଧ୍ୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ମଧ୍ୟ   ଏକ ସାମ୍ବାଦିକ ସମ୍ମିଳନୀ କରି ଭାରତ ବିରୋଧରେ ଅଭିଯୋଗକୁ ଦୋହରାଇଛନ୍ତି। ଟ୍ରୁଡ଼ୋ କହିଛନ୍ତି, ଭାରତ କାନାଡ଼ାରେ ଅପରାଧିକ କାର୍ଯ୍ୟକଳାପକୁ ସମର୍ଥନ କରି ଏକ ବିରାଟ ତ୍ରୁଟି କରିଛି। ଭାରତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ସହ ହାତ ମିଳାଇ କାନାଡ଼ାରେ ଖଲିସ୍ତାନୀ ନେତାଙ୍ତକୁ ଟାର୍ଗେଟ୍‌ କରୁଛି ବୋଲି ଟ୍ରୁଡ଼ୋ ଅଭିଯୋଗ କରିଥିବା ବେଳେ ଭାରତ ଏହାକୁ ଭିତ୍ତହୀନ ଓ ମନ୍ଦ ଉଦ୍ଦେଶ୍ୟରେ କରାଯାଇଥିବା ଅଭିଯୋଗ ବୋଲି କହିଛି। ଉଲ୍ଲେଖଯୋଗ୍ୟ,  କାନାଡ଼ା ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ଗତକାଲି ମଧ୍ୟ କାନାଡ଼ା ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ ୫ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଅନ୍ୟପକ୍ଷେ ଭାରତ ଏବଂ କାନାଡ଼ାର ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ ମଧ୍ୟରେ ଚଳିତ ସପ୍ତାହାନ୍ତରେ ସିଙ୍ଗାପୁରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାର ଅଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି ଯେ ଭାରତ ବିରୋଧରେ ଉଗ୍ରବାଦ ଓ ବିଚ୍ଛିନ୍ନତାବାଦ ପାଇଁ ଟ୍ରୁଡ଼ୋ ସରକାର ବିରୋଧରେ ଭାରତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ।

ଭାରତ ସହ ବିବାଦ ନେଇ ଷ୍ଟାର୍‌ମରଙ୍କ ସହ କଥା ହେ‌ଲେ ଟ୍ରୁଡ଼ୋ

ନୂଆଦିଲ୍ଲୀ: ଭାରତ-କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଚରମରେ ପହଞ୍ଚିଥିବା ବେଳେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଆଜି ତାଙ୍କ ବ୍ରିଟେନ ପ୍ରତିପକ୍ଷ କେୟର ଷ୍ଟାର୍‌ମରଙ୍କ ସହ କଥା ହୋଇଛନ୍ତି। ଭାରତ ସରକାରଙ୍କ ସହ ଜଡ଼ିତ ସଂସ୍ଥା ଦ୍ବାରା କାନାଡ଼ା ନାଗରିକଙ୍କୁ ଟାର୍ଗେଟ୍‌ କରାଯାଉଥିବା ନେଇ ଉଭୟ ଟ୍ରୁଡ଼ୋ ଏବଂ ଷ୍ଟାର୍‌ମର ଆଲୋଚନା କରିଛନ୍ତି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ ଉଭୟ ନେତା ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋ ଏବଂ ଷ୍ଟାର୍‌ମର ନିୟମିତ ଯୋଗାଯୋଗରେ ରହିବାପାଇଁ ରାଜି ଅଛନ୍ତି ବୋଲି ଏହି ବିବୃତିରେ କୁହାଯାଇଛି। ଟ୍ରୁଡ଼ୋ ଦାବି କରିଛନ୍ତି ଯେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ହାତ ଅଛି। କିନ୍ତୁ ଭାରତ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe