ଭାରତରେ ଜନସାଧାରଣ ଏବଂ ଉପାସନାସ୍ଥଳୀ ଉପରେ ଆକ୍ରମଣ ବୃଦ୍ଧି ପାଉଛି: ଆଣ୍ଟୋନି ବ୍ଲିଙ୍କେନ୍‌

Advertisment
ଭାରତରେ ଜନସାଧାରଣ ଏବଂ ଉପାସନାସ୍ଥଳୀ ଉପରେ ଆକ୍ରମଣ ବୃଦ୍ଧି ପାଉଛି: ଆଣ୍ଟୋନି ବ୍ଲିଙ୍କେନ୍‌

Image Courtesy of Zee News

ୱାସିଂଟନ୍‌: ଭାରତରେ ଜନସାଧାରଣ ଏବଂ ଉପାସନାସ୍ଥଳୀ ଉପରେ ଆକ୍ରମଣ ବୃଦ୍ଧି ପାଉଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିବା ସହ ଗୁରୁତ୍ବାରୋପ କରି କହିଛନ୍ତି ଯେ, ସମଗ୍ର ବିଶ୍ବରେ ଧାର୍ମିକ ସ୍ବାଧୀନତା ପ୍ରତି ଆମେରିକା ସମର୍ଥନ ଜାରି ରଖିବ।

ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଚୀନ୍‌ ଭଳି ଅନ୍ୟାନ୍ୟ ଏସୀୟ ଦେଶଗୁଡ଼ିକରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ମହିଳାମାନଙ୍କୁ ଟାର୍ଗେଟ୍‌ କରାଯାଉଛି।

ଗୁରୁବାର ଦିନ ବାର୍ଷିକ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ରିଲିଜିୟସ୍‌ ଫ୍ରିଡମ୍‌’ ରିପୋର୍ଟ ଉନ୍ମୋଚନ କରି ସାମ୍ବାଦିକମାନଙ୍କୁ ବ୍ଲିଙ୍କେନ୍‌ କହିଛନ୍ତି, ସମଗ୍ର ବିଶ୍ବରେ ଧାମିର୍କ ସ୍ବାଧୀନତା ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ ବଜାୟ ରଖିବ। ଏଥିପାଇଁ ଆମେ ଅନ୍ୟ ସରକାର, ବହୁପାକ୍ଷିକ ସଙ୍ଗଠନ ଏବଂ ନାଗରିକ ସଂଘଗୁଡ଼ିକ ସହ ମିଶି କାର୍ଯ୍ୟ କରିବୁ।

publive-image Image Courtesy of NDTV

ବିଶ୍ବରେ ଆପଣା ସମୟର ସବୁଠୁ ଅର୍ଥପୂର୍ଣ୍ଣ ବୋଲି ମନେହେଉଥିବା ଅଧ୍ୟାତ୍ମିକ ପରମ୍ପରା ଅନୁସରଣ କରିା ପାଇଁ ଲୋକେ ଯେଭଳି ସ୍ବାଧୀନତା ପାଆନ୍ତି, ତାହା ସୁନିଶ୍ଚିତ କରାଇବା ହେଉଛି ଆମ ଉଦ୍ୟମ ପ୍ରଧାନ ଲକ୍ଷ୍ୟ ବୋଲି ସେ କହିଛନ୍ତି। ସମଗ୍ର ବିଶ୍ବରେ କିଭଳି ଧାର୍ମିକ ସ୍ବାଧୀନତା ଏବଂ ଧାର୍ମିକ ସଂଖ୍ୟାଲଘୁମାନଙ୍କର ଅଧିକାର ବିପଦଗ୍ରସ୍ତ ହୋଇଛି ତାହା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଏହାର ଦୃଷ୍ଟାନ୍ତ ଦେଇ ବ୍ଲିଙ୍କେନ୍‌ କହିଛନ୍ତି, ବିଶ୍ବର ବୃହତ୍ତମ ଗଣତନ୍ତ୍ର ତଥା ଧର୍ମବିଶ୍ବାସ ବିବିଧତାର ସ୍ଥାନ ଭାରତକୁ ଉଦାହରଣସ୍ବରୂପ ନିଆଯାଉ। ସେଠାରେ ଜନସାଧାରଣ ଏବଂ ଉପାସନାସ୍ଥଳୀ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଭିଏତ୍‌ନାମରେ ସରକାରୀ କର୍ତ୍ତୃପକ୍ଷମାନେ ଅନେକ ଅଣପଞ୍ଜିକୃତ ଧାର୍ମିକ ସମ୍ପ୍ରଦାୟଙ୍କୁ ହଟହଟା କରୁଛନ୍ତି, ନାଇଜେରିଆରେ କେତେକ ପ୍ରାଦେଶିକ ସରକାର ଧର୍ମବିଶ୍ବାସ ବ୍ୟକ୍ତ କରୁଥିବା ଜନସାଧାରଣଙ୍କୁ ଶାସ୍ତି ଦେବା ପାଇଁ ‘ଆଣ୍ଟି-ଡିଫେମେସନ୍‌’ ଏବଂ ‘ବ୍ଲାସ୍‌ଫେମି’ ଆଇନ ପ୍ରୟୋଗ କରୁଛନ୍ତି।

ଚୀନ୍‌, ଆଫଗାନିସ୍ତାନ ଓ ପାକିସ୍ତାନରେ ମଧ୍ୟ ଧାର୍ମିକ ସ୍ବାଧୀନତା ଏବଂ ଅଧିକାର କ୍ଷୁଣ୍ଣ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe