New Delhi: A woman wears an anti-pollution mask as smog covers the capital's skyline on Wednesday. Yesterday the air quality hit severe levels in New Delhi. PTI Photo by Shahbaz Khan(PTI11_8_2017_000013A)
ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି। ସମଗ୍ର ବିଶ୍ବରେ ଭାରତ ବାୟୁ ପ୍ରଦୂଷଣ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ। ଗତବର୍ଷ ଭାରତରେ ସର୍ବାଧିକ ବାୟୁ ପ୍ରଦୂଷଣ ହୋଇଛି। ୨୦୧୯ରେ ଭାରତରେ ବାର୍ଷିକ ହାରାହାରି ପିଏମ୍ ଯଥେଷ୍ଟ ବୃଦ୍ଧି ପାଇଛି। ‘ଷ୍ଟେଟ୍ ଅଫ୍ ଗ୍ଲୋବାଲ୍ ଏୟାର’ (ସୋଗା) ୨୦୨୦ର ରିପୋର୍ଟ ଅନୁଯାୟୀ ଗତବର୍ଷ ଭାରତରେ ବାର୍ଷିକ ହାରାହାରି ପିଏମ୍ ସର୍ବାଧିକ ୨.୫ ରେକର୍ଡ କରାଯାଇଛି। ଭାରତ ପଛକୁ ନେପାଳ, କତାର ଏବଂ ନାଇଜେରିଆରେ ମଧ୍ୟ ପିଏମ୍ ଅଧିକ ରହିଥିଲା। ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୯ରେ ସମଗ୍ର ବିଶ୍ବରେ ୬.୭ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଭାରତରେ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି।
ରିପୋର୍ଟ ଅନୁଯାୟୀ ୨୦୧୦ ପରଠାରୁ ଭାରତରେ ପିଏମ୍ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି। କିନ୍ତୁ କେନ୍ଦ୍ର ସରକାର ଦାବି କରିଛନ୍ତି ଯେ, ଦେଶରେ ପ୍ରଦୂଷଣ ସ୍ତର କମୁଛି। ସର୍ବାଧିକ ୨୦ ପ୍ରଦୂଷିତ ରାଷ୍ଟ୍ର ମଧ୍ୟରୁ ୧୪ଟି ରାଷ୍ଟ୍ରରେ ବାୟୁର ମାନ ଟିକେ ସୁଧୁରିଛି । କିନ୍ତୁ ଭାରତ, ବାଂଲାଦେଶ, ନାଇଜର, ପାକିସ୍ତାନ ଏବଂ ଜାପାନରେ ପ୍ରଦୂଷଣ ସ୍ତର ଅତ୍ୟନ୍ତ ବୃଦ୍ଧି ପାଇଛି। ଆମେରିକାର ହେଲ୍ଥ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍ ଏବଂ ଜିବିଡି (ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍) ଦ୍ବାରା ଏହି ରିପୋର୍ଟ ପ୍ରକାଶ ପାଇଛି। ଜିବିଡି ଦ୍ବାରା ହୋଇଥିବା ଆକଳନ ଅନୁଯାୟୀ ୨୦୧୯ରେ ହୋଇଥିବା ମୋଟ୍ ମୃତ୍ୟୁ ପାଇଁ ଥିବା ୮୭ଟି ସ୍ବାସ୍ଥ୍ୟ ସଂକ୍ରାନ୍ତ ଜଟିଳତା କାରଣ ମଧ୍ୟରୁ ବାୟୁ ପ୍ରଦୂଷଣ ହେଉଛି ବିଶ୍ବରେ ଚତୁର୍ଥ ସର୍ବାଧିକ ବିପଜ୍ଜନକ କାରଣ। କିନ୍ତୁ ଭାରତରେ ବାୟୁ ପ୍ରଦୂଷଣ ଏବେ ସବୁଠୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ ପାଲଟିଛି। ବାୟୁ ପ୍ରଦୂଷଣ ଯୋଗୁଁ ଦେଶରେ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ହୋଇଯାଉଛି। ୨୦୧୦ ପରଠାରୁ ଭାରତରେ ୫୦ ନିୟୁତରୁ ଅଧିକ ଲୋକ ଘରେ ବାୟୁ ପ୍ରଦୂଷଣର ଶିକାର ହୋଇଛନ୍ତି।
Follow Us