Image Courtesy of India Today
ନୂଆଦିଲ୍ଲୀ: କୌଣସି ଦେଶର ସୀମା ମଧ୍ୟରେ ପଡୁ ନ ଥିବା ସୁଦୂର ସମୁଦ୍ରରେ ରୁଷୀୟ ଅଶୋଧିତ ତୈଳରୁ ଉତ୍ପାଦିତ ଇନ୍ଧନ ସଂଗ୍ରହ କରାଯାଇ ଭାରତ ଜରିଆରେ ନ୍ୟୁୟର୍କକୁ ରପ୍ତାନି କରାଯାଇଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଅଭିଯୋଗ କରିଥିବା କଥା ଶନିବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ରପ୍ତାନି କରାଯାଇଥିବା ତୈଳର ଉତ୍ପତ୍ତି ତଥ୍ୟ ନ୍ୟୁୟର୍କ ଠାରୁ ଗୁପ୍ତ ରଖିବା ପାଇଁ ଏଭଳି କରାଯାଇଛି। ଏହା ଯୁକ୍ତରାଷ୍ଟ୍ର ଆମେରିକା ରୁଷ୍ ପ୍ରତି ଜାରି କରିଥିବା କଟକଣା ଉଲ୍ଲଂଘନ ବୋଲି ଆମେରିକା ଚିନ୍ତା ପ୍ରକଟ କରିଛି।
ରିଜର୍ଭ ବ୍ୟାଙ୍କ୍ର ଉକ୍ତ ଅଧିକାରୀଜଣକ ହେଉଛନ୍ତି ଡେପୁଟି ଗଭର୍ଣ୍ଣର୍ ମାଇକେଲ୍ ପାତ୍ରା। ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ‘ଟ୍ରେଜେରି ବିଭାଗ’ ଭାରତକୁ କହିଛି ଯେ, ଚଳିତ ବର୍ଷ ପ୍ରାରମ୍ଭ ଗୋଟାଏ ଭାରତୀୟ ଜାହାଜ ମୁକ୍ତ ସମୁଦ୍ରାଞ୍ଚଳରୁ ଗୋଟାଏ ରୁଷୀୟ ଟ୍ୟାଙ୍କର୍ରୁ ତୈଳ ସଂଗ୍ରହ କରି ପଶ୍ଚିମ ଉପକୂଳ ଅନ୍ତର୍ଗତ ଗୁଜରାଟରେ ଥିବା ବନ୍ଦରକୁ ଆଣିଥିଲା। ସଂଗୃହୀତ ତୈଳକୁ ସେଠାରେ ଶୋଧନ କରାଯାଇ ନ୍ୟୁୟର୍କକୁ ରପ୍ତାନି କରାଯାଇଛି।
Image Courtesy of Oneindiaସୂଚନାଯୋଗ୍ୟ, ଫେବ୍ରୁଆରି ମାସରେ ୟୁକ୍ରେନ୍ ଆକ୍ରମଣ କରିବା ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ମସ୍କୋ ଉପରେ ଆର୍ଥିକ କଟକଣା ଲାଗୁ କରିଛି। ଏହି କଟକଣା ଅନୁସାରେ, ଅଶୋଧିତ ତୈଳ, ଶୋଧିତ ତୈଳ, ‘ଡିଷ୍ଟିଲେଟ୍ ପେଟ୍ରୋଲିୟମ୍’, କୋଇଲା ଓ ପ୍ରାକୃତିକ ବାଷ୍ପ ସମେତ ରୁଷ୍ରେ ଉତ୍ପାଦିତ କୌଣସି ଶକ୍ତି ଉତ୍ପାଦ ଆମଦାନି କରାଯାଇ ପାରିବ ନାହିଁ।
ଭାରତର ସ୍ବାଧୀନତା ଦିବସର ୭୫ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ପାଟ୍ରା ଏ କଥା କହିଛନ୍ତି। ସେ କହିଛନ୍ତି, ଶୋଧିତ ତୈଳକୁ ସେହି ଜାହାଜରେ ଭର୍ତ୍ତି କରାଯିବା ପରେ ତାହା ଅନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସୁଦୂର ସମୁଦ୍ରରେ ହିଁ ଉକ୍ତ ଜାହାଜକୁ ଗନ୍ତବ୍ୟସ୍ଥଳର ଠିକଣା ଦିଆଗଲା। ତେଣୁ, ଜାହାଜଟି ନ୍ୟୁୟର୍କ ଅଭିମୁଖେ ଯାତ୍ରା କଲା।
କିନ୍ତୁ, ଏ ସଂକ୍ରାନ୍ତରେ ନୂଆଦିଲ୍ଲୀସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ତୁରନ୍ତ କୌଣସି ବିବୃତି ଦେଇନାହିଁ।
Follow Us