ବିଷାକ୍ତ ଖାଦ୍ୟ ବଳୟରେ ଭାରତ, ବର୍ଷକୁ ଯାଉଛି ୧୫ ଲକ୍ଷ ଲୋକଙ୍କ ଜୀବନ

ବିଷାକ୍ତ ଖାଦ୍ୟ ବଳୟରେ ଭାରତ, ବର୍ଷକୁ ଯାଉଛି ୧୫ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ବିଷାକ୍ତ ଖାଦ୍ୟ ଖାଇ ଭାରତରେ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ୨୦୦୮ ମସିହାରୁ ୨୦୧୭ ମସିହା ମଧ୍ୟରେ ବିଷାକ୍ତ ଖାଦ୍ୟଜନିତ ମୃତ୍ୟୁ ସଂଖ୍ୟା ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଖରାପ ଖାଦ୍ୟ ଖାଇବାରେ ବିଶ୍ୱରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଖରାପ ଖାଦ୍ୟ ଖାଇ ବର୍ଷକୁ ୩୧ ଲକ୍ଷ ଲୋକଙ୍କ ମୃତ୍ୟୁ ସହ ଚୀନ୍ ପ୍ରଥମ ସ୍ଥାନରେ ରହିଛି। ସେହିପରି ବିଶ୍ବବ୍ୟାଙ୍କର ରିପୋର୍ଟ ଅନୁସାରେ ବିଷାକ୍ତ ଖାଦ୍ୟ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଥିବାରୁ ଭାରତ ଉପରେ ୧୭୮୧୦୦ କୋଟି ଟଙ୍କାର ବୋଝ ପଡ଼ୁଛି । ୨୦୦୮ ରୁ ୨୦୧୭ ମସିହା ମଧ୍ୟରେ ସବୁଠାରୁ ଅଧିକ ବିଷାକ୍ତ ଖାଦ୍ୟ ସଂକ୍ରାନ୍ତ ଅଭିଯୋଗ ଆସିଥିଲା। ଭାରତରେ ବିଭିନ୍ନ ବିବାହ ସମାରୋହ, ହୋଟେଲ, କ୍ୟାଣ୍ଟିନ ଏବଂ ଫୁଟ୍‌ପାଥ ଖାଦ୍ୟ ଅଧିକ ବିଷାକ୍ତ ହେଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବିଶେଷ କରି ଖାଦ୍ୟରେ ଗୁଣବତ୍ତା ବିହୀନ ସାମଗ୍ରୀ ମିଶ୍ରଣ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ବିଷାକ୍ତ ଖାଦ୍ୟ ଯୋଗୁଁ ୨୦୦ ପ୍ରକାର ରୋଗ ହୋଇଥାଏ ଏବଂ ଏହା ବିଶ୍ବ ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe