ଲକ୍‌ଡାଉନ୍ ଦ୍ବିତୀୟ ପାହାଚରେ ଭାରତ, ଅନୁରୂପ ସାମୂହିକ ସଂଗରୋଧରେ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ନ୍ୟୁଜିଲାଣ୍ତ୍, ପୋଲାଣ୍ତ୍ ଓ କଲମ୍ବିଆ

Advertisment
ଲକଡାଉନ ନିୟମ ଠିକଭାବରେ ପାଳନ ହେଉନଥିବାରୁ ଗୃହ ମନ୍ତ୍ରାଳୟ କ୍ଷୁବଧ

businesstoday

ନୂଆଦିଲ୍ଲୀ: ଏବେ ବିଶ୍ବ ସାରା ଏକମାତ୍ର ଚର୍ଚ୍ଚାର ବିଷୟ ପାଲଟିଥିବା କରୋନା ମହାମାରୀର ବ୍ୟାପକତାକୁ ରୋକିିବା ପାଇଁ ଭିନ୍ନ ଭିନ୍ନ ରଷ୍ଟ୍ର ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତିା ଏ ପରିପ୍ରେକ୍ଷୀରେ ଭାରତ ଆଜି ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସ୍ଥିତି ଜାରି କରିଛିା ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ବେଳେ ଅସମ୍ଭବ ସାମୂହିକ ସଂଗରୋଧ କଟକଣାରେ ତିନି ସପ୍ତାହ କାଟିଥିବା ଦେଶବାସୀ ଆହୁରି ୧୯ ଦିନ ଅନୁରୂପ ବ୍ୟଥିତ ଜୀବନ ବିତାଇବାକୁ ଇଚ୍ଛୁକ ନଥିବା ବେଳେ ଜୀବନ ଥିଲେ ତ ସବୁ ଅଛି ନ୍ୟାୟରେ ସମସ୍ତେ କରୋନାର ମୁକାବିଲା କରିବାକୁ ମନକୁ ଦୃଢ଼ କରିବାରେ ଲାଗିଛନ୍ତିା ତେବେ ଭାରତ ବ୍ୟତୀତ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ନ୍ୟୁଜିଲାଣ୍ତ୍, ପୋଲାଣ୍ତ୍ ଓ କଲମ୍ବିଆ ଭଳି ଦେଶରେ ମଧ୍ୟ ଜାରି ରହିଥିବା ଏଭଳି ସାମୂହିକ ସଂଗରୋଧ ବିଷୟରେ କିଛି ତଥ୍ୟ ଉପସ୍ଥାପନା କରିବା ସମୟୋଚିତ ପରିବେଷଣ ହେବା ଲୋକସଂଖ୍ୟା ତୁଳନାରେ ଭାରତ ଅପେକ୍ଷା ଉପରବର୍ଣ୍ଣିତ ଦେଶଗୁଡି଼କରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଢେର୍ ବେଶି ଥିବା ବେଳେ ଭାରତର ଏଭଳି ଆଗୁଆ ପଦକ୍ଷେପ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଛିା

ବ୍ରିଟେନ୍‌ରେ ଅଦ୍ୟାବଧି ୮୮,୬୨୦ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ ୧୧,୩୩୦ ଜଣଙ୍କ ଜୀବନ ଯାଇଛିା ସେଠାରେ ଗତ ମାର୍ଚ୍ଚ ୨୩ ତାରିଖରେ ଲକ୍ଡାଉନ୍ ସ୍ଥିତି ଜାରି କରାଯାଇଥିବା ବେଳେ ଆସନ୍ତା ସପ୍ତାହରୁ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ ବିଚାର କରାଯାଉଥିବା ଜଣାଯାଇଛିା କରୋନା ଦାଉରେ ହ୍ରାସ ଘଟିଛି ବୋଲି ନିଶ୍ଚିତ ନହେଲା ଯାଏ ଏପରି କରିବାକୁ ବାଧ୍ୟ ବୋଲି ବ୍ରିଟେନ୍‌ର ବହିଃବ୍ୟାପାର ସଚିବ ଡୋମିନିକ୍ ରାବ୍ କହିଛନ୍ତିା ସେହିପରି ଫ୍ରାନ୍ସରେ ଜାରି ରହିଥିବା ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍କୁ ଗତ ୧୩ ତାରିଖରୁ ପୁଣି ଥରେ ଆଗାମୀ ମେ ୧୧ ଯାଏ ବଢ଼ାଇ ଦିଆଯାଇଛିା ଅବଶ୍ୟ ଏହି ସମୟ ମଧ୍ୟରେ ଦେଶରେ ଅଧିକ ମାସ୍କ ଯୋଗାଣ ସହ ସଂଖ୍ୟାଧିକ ପରୀକ୍ଷା ସୁବିଧା ଉପଲବ୍ଧ ହୋଇପାରିବା ସହ ଆବଶ୍ୟକ ସ୍ଥଳେ କିଛି କିଛି ସ୍ଥାନରୁ କଟକଣା ହଟାଇ ନିଆଯିବ ବୋଲି ରଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ କହିଛନ୍ତିା ଫ୍ରାନ୍ସରେ ଅଦ୍ୟାବଧି ଲକ୍ଷେ ୩୭ ହଜାର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୫ ହଜାର ମୃତ୍ୟୁମୁଖରେ ପଡି଼ଛନ୍ତିା ସେହିପରି ଜର୍ମାନୀରେ ଗତ ମାର୍ଚ୍ଚ ୨୦ ତାରିଖରେ ୧୬ଟି ରାଜ୍ୟରେ ଜାରି ହୋଇଥିବା ଲକ୍ଡାଉନ୍ ସ୍ଥିତି ପରେ ଆସନ୍ତା ୧୯ ତାରିଖ ଯାଏ ଚାନ୍ସେଲର୍ ଆଞ୍ଜେଲା ମାର୍କସ୍‌ ବଢ଼ାଇ ଦେଇଛନ୍ତିା ସେଠାରେ ଅଦ୍ୟାବଧି ଲକ୍ଷେ ୩୦ ହଜାର କରୋନାରେ ପୀଡି଼ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe