କୋଭିଡ୍-୧୯ ଟିକା ସ୍ପୁଟ୍‌ନିକ୍-୫ ବିଷୟରେ ରୁଷ୍ ସହ ଆଲୋଚନା କରୁଛି ଭାରତ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

Advertisment
କୋଭିଡ୍-୧୯ ଟିକା ସ୍ପୁଟ୍‌ନିକ୍-୫ ବିଷୟରେ ରୁଷ୍ ସହ ଆଲୋଚନା କରୁଛି ଭାରତ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

Image Courtesy of Livemint

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ସ୍ପୁଟ୍‌ନିକ୍-୫ ବିଷୟରେ ରୁଷ୍ ସହ ଭାରତ ଆଲୋଚନା କରୁଥିବା କଥା ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସ୍ପୁଟ୍‌ନିକ୍-୫ ଟିକା ସଂକ୍ରାନ୍ତରେ ଭାରତ ଓ ରୁଷ୍ ପାରସ୍ପରିକ ଯୋଗସୂତ୍ର ରଖିଛନ୍ତି। କେତେକ ପ୍ରାଥମିକ ସୂଚନା ମଧ୍ୟ ମିଳିଛି।

ନିକଟରେ ରୁଷ୍ ‘ବିଶ୍ବର ପ୍ରଥମ କୋଭିଡ୍-୧୯ ଟିକା’ ଭାବେ ପଞ୍ଜିକୃତ କରିଥିବା ‘ସ୍ପୁଟ୍‌ନିକ୍-୫’ର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ଚଳାଇଛି। ରୁଷ୍‌ର ୪୫ଟି ମେଡିକାଲ୍‌ ସେଣ୍ଟର୍‌ରେ ୪୦, ୦୦୦ରୁ ଅଧିକ ବ୍ୟକ୍ତିବିଶେଷଙ୍କ ଦେହରେ ଏହି ଟିକା ପ୍ରୟୋଗ କରାଯାଉଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଟାସ୍’ ରିପୋର୍ଟ କରିଥିଲା।

publive-image Image Courtesy of The Financial Express

ପୂର୍ବ ରିପୋର୍ଟ ଅନୁସାରେ, ଭାରତରେ ‘ସ୍ପୁଟ୍‌ନିକ୍-୫’ ଉତ୍ପାଦନ ନିମନ୍ତେ ରୁଷ୍ ଅଂଶୀଦାର ଖୋଜିଥିବା କଥା ‘ରୁଷିୟାନ୍ ଡାଇରେକ୍ଟ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌’ର ‘ସିଇଓ’ କିରିଲ୍‌ ଡିମିତ୍ରିଏଭ୍ କହିଥିଲେ। ସେ କହିଥିଲେ, ଟିକା ଉତ୍ପାଦନ ଅତି ଗୁରୁତ୍ବପୂର୍ଣ୍ଣ କଥା। ସମ୍ପ୍ରତି ଆମେ ଭାରତରେ ଅଂଶୀଦାର ଖୋଜୁଛୁ। ଆମର ବିଶ୍ବାସ ସେମାନେ ଗାମାଲେୟା ଟିକା ଉତ୍ପାଦନ ନିମନ୍ତେ ସମର୍ଥ। ଏକଥା ବି ଗରୁତ୍ବପୂର୍ଣ୍ଣ ଯେ, ଆମ ପାଖରେ ଥିବା ଟିକାର ବରାଦ ପୂରଣ କରାଇବାରେ ଏହି ଉତ୍ପାଦନକାରୀ ଅଂଶୀଦାରମାନେ ସହାୟକ ହେବେ।

ସେ ପୁଣି ମଧ୍ୟ କହିଥିଲେ, ଲାଟିନ ଆମେରିକା, ଏସିଆ ଏବଂ ମଧ୍ୟପ୍ରାଚ୍ୟର କେତେକ ଦେଶ ଏହି ଟିକା ଉତ୍ପାଦନ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ଟିକା ଉତ୍ପାଦନ ନିମନ୍ତେ ରୁଷ୍‌ ଏବେ ଆନ୍ତର୍ଜାତିକ ସହଯୋଗ ଲୋଡୁଥିବା କଥା ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe