ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହେବାକୁ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଭାରତର ନିମନ୍ତ୍ରଣ

Advertisment
ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହେବାକୁ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଭାରତର ନିମନ୍ତ୍ରଣ

ନୂଆଦିଲ୍ଲୀ: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ ଓ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ନିମନ୍ତ୍ରଣ କରିଛି।

ଏଥି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ଆନୁଷ୍ଠାନିକ ଭାବେ କୌଣସି ସମ୍ମତି ନ ମିଳିନାହିଁ। ଏପ୍ରିଲ୍‌ ମାସରେ ଭାରତ ଦେଇଥିବା ନିମନ୍ତ୍ରଣ ପତ୍ର ସପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ବିଚାର କରୁଛି ବୋଲି ସୂଚନା ମିଳୁଛି।

ଟ୍ରମ୍ପ୍‌ଙ୍କୁ ଆମନ୍ତ୍ରଣ କରି ଭାରତ ସୂଚାଇ ଦେବାକୁ ଚାହୁଁଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତର ମତ ପାର୍ଥକ୍ୟ ଦୂରେଇବା ଅସମ୍ଭବ ନୁହେଁ। ଇରାନ୍‌ ସହ ବାଣିଜ୍ୟ ଓ ଅଶୋଧିତ ତୈଳ କିଣା ପ୍ରସଙ୍ଗ, ରୁଷ୍‌ରୁ ଏସ୍‌-୪୦୦ କ୍ଷେପଣାସ୍ତ୍ର କ୍ରୟ, ୨+୨ ଆଲୋଚନ ସ୍ଥଗିତ ଆଦି ଅନେକ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମଧ୍ୟରେ ତିକ୍ତତା ଦେଖାଯାଇଛି।

ଟ୍ରମ୍ପ୍‌ଙ୍କୁ ଆମନ୍ତ୍ରଣ କରିବା ହେଉଛି ସାଧାରଣତନ୍ତ୍ର ଦିବସରେ ଆନ୍ତର୍ଜାତିକ ଗୁରୁତ୍ୱ ଦେବା ପାଇଁ ମୋଦି ସରକାରଙ୍କ ଉଦ୍ୟମ। ୨୦୧୫ରେ ଓବାମା, ୨୦୧୬ରେ ଫ୍ରାନ୍‌ସ୍‌ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‌ ହଲାଣ୍ଡେ ଏବଂ ୨୦୧୭ରେ ଆବୁ ଧାବିର ଯୁବରାଜ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍ୟାନ୍‌ ସାଧାରଣତନ୍ତ୍ର ଦିବସରେ ଅତିଥି ହୋଇଥିଲେ। ୨୦୧୮ ସାଧାରଣତନ୍ତ୍ର ଦିବସରେ ୧୦ ଆସିଆନ୍‌ ରାଷ୍ଟ୍ରର ନେତାମାନଙ୍କୁ ଅତିଥି କରାଇ ଭାରତ ବୈଦେଶିକ ନୀତିକୁ ଗୁରୁତ୍ୱ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe