ପ୍ରକୃତି ଓ ସଂସ୍କୃତିରେ ଭାରତ ଏକ କୃଷିଭିତ୍ତିକ ଦେଶ: ମୋଦୀ

Advertisment

ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ମୋଦୀ ମୁସଲିମ ମହିଳାଙ୍କ ମୁକ୍ତିଦାତା: ଆରିଫ୍‌

ନୂଆଦିଲ୍ଲୀ : ଗୁଜରାଟର ସୁରତରେ ଆୟୋଜିତ ପ୍ରାକୃତିକ କୃଷି ସଂକ୍ରାନ୍ତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଉଦ୍‌ବୋଧନ ଦେଇଛନ୍ତି। ଏହି ସମ୍ମିଳନୀରେ ପ୍ରାକୃତିକ କୃଷିକୁ ଆପଣାଉଥିବା ହଜାର ହଜାର ଚାଷୀ ଏବଂ ଚାଷ ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷର ଲୋକ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏଥିରେ ଚାଷୀମାନେ ସେମାନଙ୍କ ସଫଳ କାହାଣୀମାନ ଉପସ୍ଥାପିତ କରିଛନ୍ତି। ଏହି ସମ୍ମିଳନୀରେ ଗୁଜରାଟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସରକାରୀ ଅଧିକାରୀ ଯୋଗଦେଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ଆଜିର ଏହି ସମ୍ମିଳନୀ ଭାରତର ‘ଅମୃତକାଳ’ର ସଂକଳ୍ପ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ପ୍ରତ୍ୟେକ ପଞ୍ଚାତୟର ୭୫ ଚାଷୀଙ୍କୁ ପ୍ରାକୃତିକ କୃଷି ସହିତ ସମ୍ପୃକ୍ତ କରି ସୁରତ ଜିଲ୍ଲା ଯେଉଁ ସଫଳତା ହାସଲ କରିଛି ତାହା ସମଗ୍ର ଦେଶ ପାଇଁ ଉଦାହରଣୀୟ। ପ୍ରାକୃତିକ କୃଷିକୁ ଲୋକପ୍ରିୟ କରିବାରେ ସେ ସରପଞ୍ଚଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ଏଥିରେ ସମ୍ପୃକ୍ତ ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ କୃଷିକୁ ପ୍ରତି ପଞ୍ଚାୟତରେ ଲୋକପ୍ରିୟ କରାଇବାରେ ପଞ୍ଚାୟତଗୁଡିକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେମାନଙ୍କ ସାହାଯ୍ୟ ସହଯୋଗ ବିନା ସମ୍ପୃକ୍ତ ଚାଷୀ ଆବଶ୍ୟକ ତାଲିମ, ସାହାଯ୍ୟ, ସମ୍ବଳ ଓ ପ୍ରୋତ୍ସାହନ ପାଇ ନ ଥାନ୍ତେ। ଏଭଳି ସହଯୋଗ ସମଗ୍ର ଦେଶରେ ପଞ୍ଚାୟତ ସ୍ତରରେ ହେବା ଆବଶ୍ୟକ। ସୁରତର ଏହି ପ୍ରାରମ୍ଭିକ ପ୍ରୟାସ ଦ୍ୱାରା ୫୫୦ ପଞ୍ଚାୟତର ୪୦ହଜାରରୁ ଅଧିକ ଚାଷୀ ପ୍ରାକୃତିକ କୃଷି ସହିତ ଜଡିତ ହୋଇ ପାରିଛନ୍ତି। ଆଗାମୀ ଦିନରେ ପ୍ରାକୃତିକ କୃଷି ଏକ ଜନ ଆନ୍ଦୋଳନରେ ପରିଣତ ହେବା ସହିତ ବିପୁଳ ସଫଳତା ହାସଲ କରିବ। ଆମ ସ୍ୱାସ୍ଥ୍ୟ, ଜୀବନ ଓ ସମାଜର ମୂଳ ଭିତ୍ତି ହେଲା କୃଷି ବ୍ୟବସ୍ଥା। ଭାରତ ଉଭୟ ପ୍ରକୃତି ଓ ସଂସ୍କୃତି ଦୃଷ୍ଟିରୁ ଏକ କୃଷିଭିତ୍ତିକ ଦେଶ। ତେଣୁ ଆମ ଚାଷୀଙ୍କର ଉନ୍ନତି ଘଟିଲେ ଆମ ଚାଷର ଉନ୍ନତି ଘଟିବ ଓ ଦେଶ ପ୍ରଗତି କରି ସମୃଦ୍ଧ ହେବ। ପ୍ରାକୃତିକ କୃଷି ପଦ୍ଧତି ସମୃଦ୍ଧିର ଏକ ମାଧ୍ୟମ ହେବା ସହିତ ମାଟି ମା’କୁ ସମ୍ମାନ ଦେଇ ତାହାର ସେବା କରିବାର ଏକ ଉପାୟ ବୋଲି ପ୍ରଧାନମନ୍ତ୍ରୀ କୃଷକ ସମୁଦାୟଙ୍କୁ କହିଛନ୍ତି।

ପ୍ରାକୃତିକ କୃଷିର ଉତ୍ପାଦଗୁଡିକୁ ସାର୍ଟିଫିକେଟ ପ୍ରଦାନ ବା ଏହାର ପ୍ରମାଣନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ କ୍ୱାଲିଟି ଆସ୍ୟୁରାନ୍ସ ବ୍ୟବସ୍ଥା କରାଯାଇଛି। ପ୍ରାକୃତିକ କୃଷିଜାତ ପଦାର୍ଥଗୁଡିକ ପ୍ରମାଣପତ୍ର ପାଇଲେ ସେସବୁର ଚାହିଦା ଦେଶବିଦେଶରେ ବଢିବ। ପ୍ରମାଣିତ ପ୍ରାକୃତିକ କୃଷିଜାତ ସାମଗ୍ରୀର ଚାହିଦା ବିଦେଶରେ ଭଲ ଏବଂ ଏହାର ମୂଲ୍ୟ ଅଧିକ ରହୁଛି। ଏହାଦ୍ୱାରା ସମ୍ପୃକ୍ତ ଚାଷୀ ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe