news18
ନୂଆଦିଲ୍ଲୀ: କରୋନାର ନୂଆ ଲହରକୁ ନେଇ ଚୀନ୍ରେ ଭୟାନକ ସ୍ଥିତି ଲାଗି ରହିଥିବା ବେଳେ ଭାରତ ସରକାର ମଧ୍ୟ ବିଭିନ୍ନ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ଦେଶରେ ୧୭୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ କରୋନାର ଦୈନିକ ସଂକ୍ରମଣ ହାର ୦.୦୯ ରହିଥିବା ବେଳେ ସାପ୍ତାହିକ ହାର ୦.୧୨ ରହିଛି।
କରୋନା ଭୂତାଣୁ ବିରୋଧରେ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଆଜି ସୁଦ୍ଧା ୨୨୦.୧୧ କୋଟି ଟିକା ଡୋଜ ପ୍ରଦାନ କରାଯାଇଛି। ୯୫.୧୩ କୋଟି ଦ୍ବିତୀୟ ଡୋଜ ଦିଆଯାଇଥିବା ବେଳେ ୨୨.୪୧ କୋଟି ବୁଷ୍ଟର ଡୋଜ ଦିଆଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୮୨୯୨ ଲୋକ କୋଭିଡ ଟିକା ନେଇଛନ୍ତି ଏବଂ ସକ୍ରିୟ ମାମଲା ୨୫୭୦ ରହିଛି। ଗତ ୨୪ ଘଣ୍ଟାରେ ୨,୦୧,୬୯୦ କୋଭିଡ ଟେଷ୍ଟ ହୋଇଛି । ଆଜି ସୁଦ୍ଧା ମୋଟ୍ ୯୧.୧୩ କୋଟି ଟେଷ୍ଟ୍ କରାଯାଇଛି।
Follow Us