ଭାରତ ଅତୁଳନୀୟ ଦେଶ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
ଭାରତ ଅତୁଳନୀୟ ଦେଶ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଭାରତରୁ ଫେରି ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତି ଭଦ୍ରଲୋକ, ଜଣେ ବଡ଼ ନେତା। ଭାରତ ଏକ ଅତୁଳନୀୟ ଦେଶ।

ସେ ଆହୁରି କହିଛନ୍ତି ଯେ ଏବେ ଭାରତ ସହ ଯୁକ୍ତରାଷ୍ଟ୍ର ଆମେରିକାର ‘ଅସାଧାରଣ’ ସମ୍ପର୍କ। ତାଙ୍କର ପ୍ରଥମ ଆନୁଷ୍ଠାନିକ ଭାରତ ଗସ୍ତ ସମୟରେ ଦ୍ୱିପାକ୍ଷିକ ରାଜିନାମାରେ ଅନେକ ଉନ୍ନତି ଘଟିଛି। ଭାରତରେ ଆମେରିକା ବଡ଼ ଧରଣର ବ୍ୟବସାୟ କରିବ। ସେମାନେ ଆମେରିକାକୁ କୋଟି କୋଟି ଡଲାର୍‌ ଦେବେ।

publive-image Image Source: Sakal Times

ଫେବ୍ରୁଆରି ୨୪ ଓ ୨୫ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସାଥିରେ ଆସିଥିଲେ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା, ଜ୍ୱାଇଁ ଜାରେଡ୍‌ କୁସ୍‌ନର୍‌ ଏବଂ ଜାତୀୟ ନିରାପତ୍ତା ଉପଦେଷ୍ଟା ରବର୍ଟ ଓ’ବ୍ରେନ୍‌ଙ୍କ ସହ ଶୀର୍ଷସ୍ତରୀୟ ପ୍ରଶାସକମାନେ।

ମଙ୍ଗଳବାର ରାତିରେ ଓ୍ଵାସିଂଟନ୍‌ ଫେରିବା ପୂର୍ବରୁ ସେ ଅହମଦାବାଦ, ଆଗ୍ରା ଏବଂ ନୂଆଦିଲ୍ଲୀ ଯାଇଥିଲେ।


ଆଗ୍ରାର ତାଜମହଲ ପରିଦର୍ଶନ ସମୟର ଏକ ଫୁଟେଜ୍‌ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପତ୍ନୀ ମେଲାନିଆ ଟୁଇଟ୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଏକତମ, ବିସ୍ମୟ ଉଦ୍ରେକକାରୀ ତାଜମହଲ!

ଭାରତରୁ ଯାଇ ଆମେରିକାରେ ପହଞ୍ଚିବା ପରେ ସେ ଆହୁରି ଲେଖିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ, ଆମେ ଆପଣଙ୍କ ସୁନ୍ଦର ଦେଶ ପରିଦର୍ଶନ କରିବା ବେଳେ ନିବିଡ଼ ଆତିଥେୟତା ଲାଗି ଧନ୍ୟବାଦ।

ଟ୍ରମ୍ପ୍‌ଙ୍କ କନ୍ୟା ଇଭାଙ୍କା ମଧ୍ୟ ତାଜମହଲ ପରିଦର୍ଶନକାଳୀନ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe