ମହାମାରୀ ମୁକାବିଲାରେ ବିଶ୍ବର ନେତୃତ୍ବ ନେଉଛି ଭାରତ: ଜାତିସଂଘ ମୁଖ୍ୟ

Advertisment
ମହାମାରୀ ମୁକାବିଲାରେ ବିଶ୍ବର ନେତୃତ୍ବ ନେଉଛି ଭାରତ: ଜାତିସଂଘ ମୁଖ୍ୟ

un.org

ଜାତିସଂଘ : କରୋନା ମହାମାରୀ ମୁକାବିଲାରେ ଭାରତ ବିଶ୍ବର ନେତୃତ୍ବ ନେଉଛି ଏବଂ ମାନବିକତା ଆଧାରରେ ଭାରତ ନେଇଥିବା ପଦକ୍ଷେପ ଅତୀବ ପ୍ରଶଂସନୀୟ ବୋଲି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟ୍‌ରେସ କହିଛନ୍ତି। ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ଟିଏସ୍‌ ତିରୁମୂର୍ତ୍ତି ଟ୍ବିଟ୍‌ କରି କହିଛନ୍ତି ଯେ କୋଭିଡ ମୁକାବିଲାରେ ଭାରତ ବିଶ୍ବରେ ଯେଭଳି ନେତୃତ୍ବ ନେଉଛି ଏବଂ ବିଭିନ୍ନ ରାଷ୍ଟ୍ରକୁ ସହାୟତା ଜାରି ରଖିଛି ତାହାକୁ ପ୍ରଶଂସା କରି ଗୁଟ୍‌ରେସ ଏକ ପତ୍ର ଲେଖିଛନ୍ତି। ଭାରତରେ କୋଭିଡ ଟିକାର ବିକାଶ, ଉତ୍ପାଦନ ଏବଂ ବିଭିନ୍ନ ଦେଶକୁ ଚାଲାଣ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଜାତିସଂଘ ଶାନ୍ତିସେନାରେ ଥିବା ୯୪,୪୮୪ ଯବାନଙ୍କ ପାଇଁ ଭାରତ ଟିକା ଯୋଗାଇ ଦେଇଥିବାରୁ ଗୁଟ୍‌ରେସ ଭାରତକୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe