ଆତ୍ମନିର୍ଭର କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି: ଡାଭୋସ୍‌ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ

ଭାରତ ତିଆରି ଅଧିକ କୋଭିଡ୍‌ ଟିକା ଖୁବ୍‌ଶୀଘ୍ର

ଆତ୍ମନିର୍ଭର କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି: ଡାଭୋସ୍‌ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ଡାଭୋସ୍‌ଠାରେ ଅନୁଷ୍ଠିତ ବିଶ୍ବ ଅର୍ଥନୈତିକ ଫୋରମ୍‌କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ମୋଦୀ ଭାରତ କରୋନା ନିୟନ୍ତ୍ରଣ କ୍ଷେତ୍ରରେ କରିଥିବା କାର୍ଯ୍ୟ ସମେତ ଭାରତର ସମ୍ଭାବନା, ସାମର୍ଥ୍ୟ ଏବଂ ଅର୍ଥନୈତିକ ବିକାଶ ଆଦି ଉପରେ ଆଲୋକପାତ କରିଛନ୍ତି। ଅନେକ ଶଙ୍କା ଭିତରେ ‌ମୋଦୀ ଆଶାର ବାର୍ତ୍ତା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହେବ ଏବଂ କରୋନା ସଂକ୍ରମଣର ସୁନାମି ଭାରତ ଦେଖିବ ବୋଲି ଅନ୍ୟମାନେ ପୂର୍ବରୁ ଅନୁମାନ କରିଥିଲେ। କିନ୍ତୁ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ଭିତ୍ତିଭୂମି ସ୍ଥାପନ କରିପାରିଛି। କରୋନା ମହାମାରୀକୁ ମୁକାବିଲା କରିପାରିଥିବା ବିଶ୍ବର ଅଳ୍ପ କେତୋଟି ଦେଶ ମଧ୍ୟରେ ଭାରତ ଅନ୍ୟତମ ବୋଲି ମୋଦୀ କହିଛନ୍ତି। ଭାରତ ପ୍ରଥମେ ବିଦେଶରୁ ପିପିଇ କିଟ୍‌ ଏବଂ ମାସ୍କ ଆବଦାନି କରୁଥିଲା। କିନ୍ତୁ ଏବେ ଆମେ ଆମ ଦେଶର ଚାହିଦା ପୂରଣ କରିବା ସହିତ ବିଶ୍ବର ଏକ ପ୍ରମୁଖ ରପ୍ତାନିକାରୀରେ ପରିଣତ ହୋଇଛୁ। ଆତ୍ମ ନିର୍ଭର କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି।

ମାତ୍ର ୧୨ ଦିନ ମଧ୍ୟରେ ଭାରତରେ ୨୩ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ପାରିଛି। ଆସନ୍ତା କିଛି ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟିକା ପ୍ରଦାନ ଲକ୍ଷ୍ୟ ହାସଲ କରାଯିବ ବୋଲି ମୋଦୀ ବିଶ୍ବ ନେତୃବୃନ୍ଦଙ୍କୁ ଅବଗତ କରାଇଛନ୍ତି। ଭାରତରେ ଏବେ ଦୁଇଟି କରୋନା ଟିକା ପ୍ରସ୍ତୁତ ହୋଇଛି। ଆଗାମୀ ଦିନରେ ଭାରତରେ ଆହୁରି ଅଧିକ ସଂଖ୍ୟାରେ ଟିକା ଉତ୍ପାଦନ ହେବ ବୋଲି ‌ପ୍ରଧାନମନ୍ତ୍ରୀ ବିଶ୍ବ ଅର୍ଥନୈତିକ ଫୋରମରେ ଯୋଗ ଦେଇଥିବା ନେତୃବୃନ୍ଦମାନଙ୍କୁ ଅବଗତ କରାଇଛନ୍ତି। ଭାରତରେ ଡାଟା ସବୁଠୁ ଶସ୍ତାରେ ଉପଲବ୍ଧ ହେଉଥିବା ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe