ଭାରତ ଅଭିବୃଦ୍ଧିର କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ

Advertisment

ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ହରମୋହନ ସିଂହ ଯାଦବଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

The Economic Times

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏସବି ହାଇଦ୍ରାବାଦର ୨୦ ବର୍ଷ ପୂର୍ତ୍ତି ତଥା ପିଜିପି କ୍ଲାସ ୨୦୨୨ର ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ସେ ପ୍ରାରମ୍ଭରେ ଏହି ପ୍ରତିଷ୍ଠାନକୁ ବର୍ତ୍ତମାନର ଗରିମାମୟ ସ୍ଥାନରେ ପହଞ୍ଚାଇବା ଲାଗି ଯେଉଁମାନଙ୍କର ମହତ୍ବପୂର୍ଣ୍ଣ ଅବଦାନ ରହିଛି ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୧ ମସିହାରେ ଏହି ପ୍ରତିଷ୍ଠାନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିବା ନେଇ ସେ ସ୍ମୃତିଚାରଣ କରିଥିଲେ। ଏହା ପର ରୁ ୫୦ ଜାରରୁ ଅଧିକ ବ୍ୟବସାୟ ପରିଚାଳକ ଆଇଏସବିରୁ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି । ଆଜି ଏସିଆର ଏକ ପ୍ରମୁଖ ପେସାଦାର ବ୍ୟବସାୟ ପରିଚାଳନା ଶିକ୍ଷାନୁଷ୍ଠାନ ଭାବେ ଆଇଏସବି ପରିଚିତ ହୋଇଛି। ଆଇଏସ୍‌ବିରୁ ଉତ୍ତୀର୍ଣ୍ଣ ପେସାଦାରମାନେ ଦେଶର ବଡ ବଡ କମ୍ପାନିରେ ନେତୃତ୍ବ ନେବା ସହ ବ୍ୟବସାୟକୁ ଗତି ଦେଇଛନ୍ତି । ଏଠାରେ ବିଦ୍ୟାର୍ଥୀମାନେ ଶହ ଶହ ଷ୍ଟାର୍ଟ ଅପ୍ ସ୍ଥାପନ କରିବା ସହିତ ୟୁନିକର୍ଣ୍ଣ ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହା ଆଇଏସ୍‌ପିର ସଫଳତା ଏବଂ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଜି ଜି-୨୦ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର ମାନ୍ୟତା ପାଇଛି । ସ୍ମାର୍ଟଫୋନ ଡାଟା ବ୍ୟବହାରକାରୀଙ୍କ ମଧ୍ୟରେ ଭାରତର ସ୍ଥାନ ପ୍ରଥମ । ଆମେ ଯଦି ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦେଖିବା, ତେବେ ସେଥିରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ବୈଶ୍ୱିକ ପାଇକାରୀ ସୂଚୀରେ ମଧ୍ୟ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାରତରେ ରହିଛି । ବିଶ୍ୱର ତୃତୀୟ ବୃହତମ ଖାଉଟି ବଜାର ମଧ୍ୟ ଭାରତରେ ରହିଛି। ଭାରତ ଆଜି ଅଭିବୃଦ୍ଧିର କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି । ଗତବର୍ଷ ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଭାରତରେ ହିଁ ହୋଇଥିଲା । ଆଜି ଭାରତର ଅର୍ଥ ‘ବ୍ୟବସାୟ’, ଏକଥା ସାରା ବିଶ୍ୱ ବୁଝିବା ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଅନେକ ସମୟରେ ଭାରତୀୟ ସମାଧାନ ସୂତ୍ର ବିଶ୍ୱରେ ତ୍ୱରାନ୍ୱିତ ହେଉଛି । ତେଣୁ ‘ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିବସରେ ମୁଁ ଚାହୁଁଛି ଯେ ଆପଣମାନେ ନିଜର ବ୍ୟକ୍ତିଗତ ଲକ୍ଷ୍ୟକୁ ଦେଶର ଲକ୍ଷ୍ୟ ସହ ଯୋଡ଼ନ୍ତୁ’ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟକ୍ଷେତ୍ରର ଶକ୍ତି ଓ ନମନୀୟତା ବୈଶ୍ୱିକ ମହାମାରୀ କାଳରେ ପ୍ରମାଣିତ ହୋଇସାରିଛି । କୋଭିଡ ଟିକା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ଯେ ବିଦେଶୀ ଟିକା ଉପଲବ୍ଧ ହେବ କି ନାହିଁ। ମାତ୍ର ଭାରତ ନିଜସ୍ୱ ଟିକା ବିକଶିତ କଲା । ଅନେକ ଟିକା ଉପଲବ୍ଧ ହେବା ସହ ଦେଶରେ ୧୯୦ କୋଟି ଟିକା ପ୍ରଦାନ କରାଯାଇ ସାରିଲାଣି । ବିଶ୍ୱର ଶହେରୁ ଅଧିକ ଦେଶକୁ ଭାରତ ଟିକା ପଠାଇ ସାରିଛି। ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟ ଶିକ୍ଷାର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସଂସ୍କାର ପ୍ରକ୍ରିୟାରେ ଅମଲାତନ୍ତ୍ରର ବଳିଷ୍ଠ ଅବଦାନ ରହିଛି । ସରକାରୀ ଯୋଜନାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହଯୋଗକୁ ଶ୍ରେୟ ଦେଇଥିଲେ । ଯେତେବେଳେ ଜନସାଧାରଣଙ୍କ ସହଯୋଗ ମିଳେ ସେତେବେଳେ ଉତ୍ତମ ଫଳାଫଳ ସୁନିଶ୍ଚିତ । ବର୍ତ୍ତମାନର ବ୍ୟବସ୍ଥାରେ ସରକାର ସଂସ୍କାର ଆଣୁଛନ୍ତି, ଅମଲାତନ୍ତ୍ର ଦକ୍ଷ ପ୍ରଦର୍ଶନ କରୁଛି ଏବଂ ଜନଭାଗିଦାରୀ ଯୋଗୁ ବ୍ୟାପକ ପରିବର୍ତ୍ତନ ଆସିଛି । ସଂସ୍କାରର ଏହି ପଦ୍ଧତିକୁ ଭଲଭାବେ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ସେ ଏହି ଅବସରରେ ଆଇଏସ୍‌ବି ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe