ଭାରତ ସର୍ବାଧିକ ଦୈନିକ ମୃତ୍ୟୁସଂଖ୍ୟା-ବିଶିଷ୍ଟ ଦେଶରେ ପରିଣତ ହେବାକୁ ଯାଉଛି

ୟୁରୋପ୍‌ ବ୍ୟତୀତ ସବୁ ସ୍ଥାନରେ କୋଭିଡ୍‌ ସଂକ୍ରମଣ କମୁଛି

ABC News

ମାସକ ପୂର୍ବରୁ କୋଭିଡ୍-୧୯ ମହାମାରୀ-ଜନିତ ମୃତ୍ୟୁସଂଖ୍ୟା ବ୍ରାଜିଲରେ ପ୍ରତି ୧୪ରେ ଭାରତରେ ୧ ରହିଥିଲା (ଅନୁପାତ ୧୪:୧)। ସେହି ବ୍ୟବଧାନ ଏବେ ସଂକୁଚିତ ହୋଇ ତିନି ତଳକୁ ଖସିଆସିଲାଣି (୨.୬:୧)। ଭାରତର ଏହି ବଢ଼ୁଥିବା ମୃତ୍ୟୁହାର ଏହାକୁ ସର୍ବାଧିକ ଦୈନିକ ମୃତ୍ୟୁସଂଖ୍ୟା-ବିଶିଷ୍ଟ ଦେଶରେ ପରିଣତ କରିବାକୁ ଯାଉଛି, ଯାହା ‘ଆୱାର ୱାର୍ଲଡ୍ ଇନ୍ ଡାଟା’ ପରି ଟ୍ରାକର ଦ୍ୱାରା କରାଯାଇଥିବା ଅନ୍ତର୍ଜାତୀୟ ସଂଖ୍ୟାଗୁଡିକର ବିଶ୍ଳେଷଣରୁ ଜଣାପଡ଼ିଛି। ଉଭୟ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ଭାରତରେ ଏହି ହାର ଅଧିକ। ଦ୍ରୁତ ଟିକାକରଣ ଚାଲିଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ମୃତ୍ୟୁସଂଖ୍ୟାରେ ହ୍ରାସ ଘଟିଛି। (ସାରଣୀ ୧ ଦେଖନ୍ତୁ)।

ତେବେ ନୂତନ ସଂକ୍ରମଣ ଦୃଷ୍ଟିରୁ ଶୀର୍ଷ ଦେଶଗୁଡିକ ଉପରେ ନଜର ପକାଇଲେ ଦେଖିବାକୁ ମିଳେ ଯେ, ଭାରତରେ ପଜିଟିଭ୍ ହାର ଅଧିକ। ବ୍ରାଜିଲର ସଂଖ୍ୟା ଉପଲବ୍ଧ ନ ଥିବାବେଳେ, ଭାରତରେ ହେଉଥିବା ପରୀକ୍ଷଣଗୁଡ଼ିକରେ ବହୁ ସଂଖ୍ୟକ ପିଜିଟିଭ୍ ଆସୁଥିବା ଜଣାପଡିଛି, ଯାହା ଏହି ରୋଗର ଦ୍ରୁତ ବିସ୍ତାରକୁ ସୂଚାଉଛି, ଯଦିଚ ଇରାନ ଓ ତୁର୍କୀରେ ତଥାପି ସଂକ୍ରମଣ ହାର ଅଧିକ ରହିଛି। (ସାରଣୀ ୨ ଦେଖନ୍ତୁ)। ତେବେ ଭାରତ ତୁଳନାରେ ଉଭୟ ଦେଶରେ ମୃତ୍ୟୁସଂଖ୍ୟା କମ୍। ରାଜ୍ୟଭିତ୍ତିକ ବିଶ୍ଳେଷଣରୁ ଜଣାପଡ଼େ ଯେ ଅଳ୍ପ କେତେକ ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁହାରର ଘନତା ଅଧିକ। ଦେଶରେ କୋଭିଡ୍-୧୯ରେ ମୃତ୍ୟୁବରଣ କରିଥିବା ପ୍ରତି ଦଶ ଜଣଙ୍କ ମଧ୍ୟରୁ ଛଅ ଜଣ ହେଉଛନ୍ତି ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର। (ସାରଣୀ ୩ ଦେଖନ୍ତୁ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe