ଅବସାଦଗ୍ରସ୍ତ ଭାରତ! ପ୍ରତି ୭ ଜଣରେ ଜଣେ ମାନସିକ ବ୍ୟାଧିରେ ପୀଡ଼ିତ

Advertisment

ଓଡ଼ିଶାରେ ପ୍ରତି ୧ ଲକ୍ଷରେ ୪୧୫୯ ଜଣ ମାନସିକ ଅବସାଦର ଶିକାର

ଓଡ଼ିଶାରେ ପ୍ରତି ୧ ଲକ୍ଷରେ ୪୧୫୯ ଜଣ ମାନସିକ ଅବସାଦର ଶିକାର

ଅବସାଦଗ୍ରସ୍ତ ଭାରତ! ପ୍ରତି ୭ ଜଣରେ ଜଣେ ମାନସିକ ବ୍ୟାଧିରେ ପୀଡ଼ିତ

hindustantimes.com

ନୂଆଦିଲ୍ଲୀ : ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି। ମାନସିକ ଅବସାଦ ଓ ଉଦ୍‌ବେଗ ଭାରତୀୟଙ୍କ ପାଇଁ ଏବେ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି। ପ୍ରତି ୭ ଜଣରେ ଜଣେ ଭାରତୀୟ ମାନସିକ ବ୍ୟାଧି‌େର ପୀଡ଼ିତ ବୋଲି ଜଣାପଡ଼ିଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ମାନସିକ ରୋଗର ଚିକିତ୍ସା ପାଇଁ ମାନସିକ ଚିକିତ୍ସକଙ୍କ ସଂଖ୍ୟା ମଧ୍ୟ ଆବଶ୍ୟକତା ଅନୁଯାୟୀ ବହୁତ କମ୍‌ ରହିଛି।

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ପବ୍ଲିକ୍ ହେଲଥ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ (ପିଏଚ୍‌ଏଫ୍‌ଆଇ) ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ତଥ୍ୟ କହୁଛି ଯେ ଭାରତର ଜନସଂଖ୍ୟାର ୧୪.୩ ପ୍ରତିଶତ ଅର୍ଥାତ ୧୯ କୋଟି ୭୩ ଲକ୍ଷ ଲୋକ ବିଭିନ୍ନ ମାନସିକ ରୋଗରେ ପୀଡ଼ିତ। ସେଥିରୁ ୪ କୋଟି ୫୭ ଲକ୍ଷ ଲୋକ ମାନସିକ ଅବସାଦର ଶିକାର ହୋଇଥିବା ବେଳେ ୪ କୋଟି ୪୯ଲକ୍ଷ ଲୋକ ମାନସିକ ଚାପ ଓ ଉଦ୍‌ବେଗଜନିତ ସମସ୍ୟାରେ ପୀଡ଼ିତ। ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଅଧିକ ଅବସାଦ ଏବଂ ଉଦ୍‌ବେଗ ଦେଖିବାକୁ ମିଳୁଛି। ୩. ୯ ପ୍ରତିଶତ ମହିଳା ମାନସିକ ଅବସାଦ ଏବଂ ଉଦ୍‌ବେଗର ଶିକାର ହୋଇଥିବାବେଳେ ପୁରୁଷଙ୍କ ‌କ୍ଷେତ୍ରରେ ଏହା ୨.୭ ପ୍ରତିଶତ ଦେଖିବାକୁ ମିଳିଛି।

ଅଧ୍ୟୟନରୁ ଏହା ଜଣାପଡ଼ିଛି ‌ଯେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ଅବସାଦ ବୃଦ୍ଧି ପାଉଛି। ତେବେ କିଶୋର ଓ ଯୁବକଙ୍କ କ୍ଷେତ୍ରରେ ଉଦ୍‌ବେଗ ବୃଦ୍ଧି ପାଉଛି। ଏହାଛଡ଼ା ଦେଶର ଉତ୍ତରାଞ୍ଚଳ ରାଜ୍ୟ ଅପେକ୍ଷା‌ ଦକ୍ଷିଣ ଏବଂ ପଶ୍ଚିମ ରାଜ୍ୟମାନଙ୍କରେ ଲୋକଙ୍କଠାରେ ଅଧିକ ଅବସାଦ ଏବଂ ଉଦ୍‌ବେଗ ଦେଖିବାକୁ ମିଳିଛି। ତାମିଲନାଡ଼ୁ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଗୋଆରେ ସବୁଠୁ ଅଧିକ ଅବସାଦ ଦେଖିବାକୁ ମିଳିଥିବା ବେଳେ କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ମଣିପୁରରେ ଅଧିକ ଉଦ୍‌ବେଗଜନିତ ମାନସିକ ରୋଗ ଦେଖିବାକୁ ମିଳିଛି।

ଗୋଟିଏ ପଟେ ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ସେ ତୁଳନାରେ ମାନସିକ ଚିକତ୍ସକଙ୍କ ସଂଖ୍ୟା ଚିକିତ୍ସା ଯଥେଷ୍ଟ କମ୍ ଥିବା ଜଣାପଡ଼ିଛି। ୧୯୯୦ରୁ ୨୦୧୭ ମଧ୍ୟରେ ଭାରତର ସମୁଦାୟ ରୋଗ କ୍ଷେତ୍ରରେ ମାନସିକ ରୋଗ ଦୁଇ ଗଣ ବଢ଼ିଛି। ତୋବ ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ କେବଳ ୦.୩ ପ୍ରତିଶତ ମାନସିକ ରୋଗ ଚିକିତ୍ସକ ରହିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ୧୦ ଗୁଣ ‌ମାନସିକ ଚିକିତ୍ସକଙ୍କ ଆବଶ୍ୟକତା ରହିଛି।

ଓଡ଼ିଶାରେ ପ୍ରତି ୧ ଲକ୍ଷରେ ୪୧୫୯ ଜଣ ମାନସିକ ଅବସାଦର ଶିକାର

ନୂଆଦିଲ୍ଲୀ : ଓଡ଼ିଶାରେ ମଧ୍ୟ ମାନସିକ ରୋଗୀଙ୍କ ସଂଖ୍ୟା ପୂର୍ବ ତୁଳନାରେ ବଢ଼ିଛି। ଓଡ଼ିଶାରେ ପ୍ରତି ୧ ଲକ୍ଷରେ ୪୧୫୯ ଜଣ ଲୋକ ମାନସିକ ଅବସାଦଗ୍ରସ୍ତ ଥିବାବେଳେ ଏହି ତାଲିକାରେ ତାମିଲନାଡ଼ୁ ୪୭୯୬ ସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତାଲିକାର ଦ୍ବିତୀୟରେ ଆନ୍ଧ୍ରପ୍ରଦେଶ (୪୫୬୩) ଓ ତୃତୀୟରେ ତେଲେଙ୍ଗାନା (୪୩୫୬) ରହିଥିବା ବେଳେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।

୧୯୯୦ ରୁ ୨୦୧୭ ପର୍ଯ୍ୟନ୍ତ ଭାରତରେ ମାନସିକ ବ୍ୟାଧି ବୃଦ୍ଧିର ଧାରା ଉପରେ ଅଧ୍ୟୟନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବୟସ୍କ ଲୋକମାନେ ଅବସାଦର ଅଧିକ ଶିକାର ହେଉଥିବା ବେଳେ ପରେ ଏହା ଆତ୍ମହତ୍ୟାର ମଧ୍ୟ କାରଣ ହେଉଛି ବୋଲି ରିପୋର୍ଟରେ କୁହାଯାଇଛି। ଆଇସିଏମ୍‌ଆର ଏବଂ ପିଏଚ୍‌ଏଫ୍‌ଆଇ ଦ୍ବାରା ଭାରତରେ ମାନସିକ ରୋଗକୁ ନେଇ କରାଯାଇଥିବା ଅଧ୍ୟୟନର ମୁଖ୍ୟ ବିନ୍ଦୁଗୁଡ଼ିକ ପ୍ରତିଷ୍ଠିତ ପତ୍ରିକା ‘ଲନସେଟ୍ ସାଇକାଟ୍ରି’ରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe