ଚୀନ୍‌ର ଧୋକା ପରେ ଭାରତ ହିଁ ସାହାରା

ଚୀନ୍‌ର ଧୋକା ପରେ ଭାରତ ହିଁ ସାହାରା

India

ନୂଆଦିଲ୍ଲୀ: ଚୀନ୍‌ର ଚାଲ୍‌ରେ ପଡ଼ି ଏକଦା ଭାରତକୁ ନାନା ସମାଲୋଚନା କରୁଥିବା ଶ୍ରୀଲଙ୍କା ପାଇଁ ଏବେ ଭାରତ ହିଁ ଏକମାତ୍ର ବିପଦର ବନ୍ଧୁ ଭାବେ ପ୍ରତିପାଦିତ ହୋଇଛି । ମାତ୍ର କିଛି ମାସ ପୂର୍ବେ ଶ୍ରୀଲଙ୍କାର କୂଟନୀତିଜ୍ଞମାନେ ଚୀନ୍‌ର ସାମର୍ଥ୍ୟ ଆଗରେ ଭାରତକୁ ଶକ୍ତିହୀନ ବୋଲି କହିଆସୁଥିଲେ। କିନ୍ତୁ ଚୀନ୍‌କୁ ସମର୍ଥନ କରୁଥିବା ଶ୍ରୀଲଙ୍କା ଅତି ଜଟିଳ ସମୟରେ ଚୀନ୍‌ ଧରାଛୁଆଁ ଦେଉନାହିଁ। ଶ୍ରୀଲଙ୍କାର ଆର୍ଥିକ ଓ ରାଜନୈତିକ ସଂକଟ ଏବେ ଚରମରେ ପହଞ୍ଚିଛି। ଚୀନ୍‌ର ଋଣଯନ୍ତାରୁ ଦେଶକୁ ରକ୍ଷା କରିବାକୁ ଅସମର୍ଥ ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇବା ପରେ ଏବେ ସମସ୍ତଙ୍କ ନଜର ଭାରତର ରଣନୀତି ଉପରେ ରହିଛି। ଶ୍ରୀଲଙ୍କାକୁ ସଙ୍କଟ ଭିତରୁ ବାହାର କରିବା ପାଇଁ ଚୀନ୍‌ ଆଦୌ ସହାୟତା ଦେଇନଥିବା ବେଳେ ଭାରତ ବିଶ୍ବର ଏକମାତ୍ର ଦେଶ ଭାବେ ଶ୍ରୀଲଙ୍କାକୁ ୪ ବିଲିୟନ ଡଲାର ଋଣ ଦେଇଛି। ଏହା ସହିତ ଶ୍ରୀଲଙ୍କାକୁ ମାନବୀୟ ସହାୟତା ପଠାଇବା ପ୍ରକ୍ରିୟା ଭାରତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe