ଶ୍ରୀଲଙ୍କା ସହିତ ଭାରତ ରହିଛି, ଶରଣାର୍ଥୀ ସମସ୍ୟା ନାହିଁ: ଜୟଶଙ୍କର

Advertisment
ରୁଷ୍‌ରୁ ତେଲ କିଣା: ୟୁରୋପକୁ ଜୟଶଙ୍କରଙ୍କ କଡ଼ା ଜବାବ

Livemint

ତିରୁଅନନ୍ତପୁରମ: ଶ୍ରୀଲଙ୍କାରେ ଏବେ ଆର୍ଥିକ ଓ ରାଜନୈତିକ ସଂକଟ ଦେଖାଦେଇଛି। ତେବେ ସେଠାରେ ବର୍ତ୍ତମାନ ସୁଦ୍ଧା କୌଣସି ଶରଣାର୍ଥୀ ସମସ୍ୟା ଉପୁଜିନାହିଁ ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ଭାରତ ସର୍ବଦା ଏହାର ପଡ଼ୋଶୀ ଦେଶକୁ ସହାୟତା ଯୋଗାଇ ଆସିଛି। ବର୍ତ୍ତମାନ ବି ସହାୟତା ପ୍ରଦାନ ନେଇ ଭାରତ ସବୁ ପ୍ରକାର ଉଦ୍ୟମ କରୁଛି।

କେରଳକୁ ତିନିଦିନିଆ ଗସ୍ତରେ ଯାଇଥିବା ଜୟଶଙ୍କର ବିମାନ ବନ୍ଦର ବାହାରକୁ ଆସିବା ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ସଂପ୍ରତି ଶ୍ରୀଲଙ୍କା ତା ନିଜ ସମସ୍ୟାର ସମାଧାନ କରୁଛି। ସମସ୍ୟାର ସମାଧାନ ଉପରେ ମଧ୍ୟ ଆମର ନଜର ରହିଛି। କିନ୍ତୁ ଶରଣାର୍ଥୀ ସମସ୍ୟା ବର୍ତ୍ତମାନ ସୁଦ୍ଧା ଦେଖାଦେଇ ନାହିଁ ବୋଲି ଶ୍ରୀଲଙ୍କାର ଆର୍ଥିକ ସଂକଟ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ କ’ଣ ବୋଲି ପଚରାଯିବାରୁ ସେ ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe