ଭାରତ-ଇସ୍ରାଏଲ୍‌ ମିଳିତ ଭାବେ ପ୍ରସ୍ତୁତ କରିବେ ରୢାପିଡ୍‌ ଟେଷ୍ଟ୍‌ କିଟ୍‌, ୩୦ ‌ସେକେଣ୍ଡ୍‌ରେ ଫଳ ପ୍ରଦାନ କରିବ

Advertisment
ଭାରତ-ଇସ୍ରାଏଲ୍‌ ମିଳିତ ଭାବେ ପ୍ରସ୍ତୁତ କରିବେ ରୢାପିଡ୍‌ ଟେଷ୍ଟ୍‌ କିଟ୍‌, ୩୦ ‌ସେକେଣ୍ଡ୍‌ରେ ଫଳ ପ୍ରଦାନ କରିବ

Sambad English

ନୂଆଦିଲ୍ଲୀ: ଇସ୍ରାଏଲ୍‌ ଏବଂ ଭାରତ ମିଳିତ ଭାବେ ଏକ ନୂଆ ପର୍ଯ୍ୟାୟର ରୢାପିଡ୍‌ କୋଭିଡ୍‌ ଟେଷ୍ଟ୍‌ କିଟ୍‌ ବାହାର କରିବେ। ଏହି ଟେଷ୍ଟ୍‌ କିଟ୍‌ ଦ୍ବାରା ମାତ୍ର ୩୦ ସେକେଣ୍ଡ୍‌ରେ ଫଳ ଜଣାପଡ଼ିଯିବ। ଏହା ଆଗକୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ । ସମଗ୍ର ଟେଷ୍ଟିଂ ପ୍ରକ୍ରିୟାକୁ ମାତ୍ର କିଛି ସେକେଣ୍ଡ ଭିତରେ ସଂପନ୍ନ କରିବା ଏହି ଟେଷ୍ଟ୍‌ କିଟ୍‌ର ପ୍ରମୁଖ ଲକ୍ଷ୍ୟ। ନୂଆ ଟେଷ୍ଟିଂ ପ୍ରକ୍ରିୟାର ପରୀକ୍ଷା ଭାରତରେ ହେବ। ଯଦି ସଫଳ ହୁଏ ‌ତେବେ ଏହା ଭାରତରେ ନିର୍ମାଣ ହେବ ଏବଂ ଉଭୟ ଇସ୍ରାଏଲ୍‌ ଓ ଭାରତ ଦ୍ବାରା ମିଳିତ ଭାବେ ସମଗ୍ର ବିଶ୍ବକୁ ଏହି ଟେଷ୍ଟ୍‌ କିଟ୍‌ ଦିଆ‌ଯିବ।

ଆସନ୍ତା ସପ୍ତାହରେ ଇସ୍ରାଏଲ୍‌ରୁ ଏକ ସ୍ବତନ୍ତ୍ର ବିମାନ ଆସି ଭାରତରେ ପହଞ୍ଚିବ। ଏଥିରେ ଇସ୍ରାଏଲ୍‌ର ସାମରିକ ଗବେଷଣା ବୈଜ୍ଞାନିକ ଏବଂ ଅନ୍ୟ ବିଶେଷଜ୍ଞମାନେ ଆସିବେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ ବିଜୟରାଘବନଙ୍କ ଅଧୀନରେ ଏକ ଭାରତୀୟ ଟିମ୍‌ ସହ ସେମାନେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ଏମ୍ସରେ କାମ କରିବେ। ଏହି ଟେଷ୍ଟ୍‌ କିଟ୍‌ ଦ୍ବାରା ୩ ପ୍ରକାର ପରୀକ୍ଷା କରାଯିବ। ସେଗୁଡ଼ିକ ହେଉଛି ଭଏସ୍‌ ଟେଷ୍ଟ୍‌, ବ୍ରିଥ୍‌ଲାଇଜର ଟେଷ୍ଟ୍‌ ଏବଂ ଇସୋଥର୍ମାଲ୍‌ ‌ଟେଷ୍ଟ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe