ଭାରତ-ଜାପାନ୍‌ ୬ ଚୁକ୍ତି:୨୫୦ କୋଟି ଡଲାର ନିବେଶ କରିବେ ଜାପାନୀ ନିବେଶକ

Advertisment

୨+୨ ଆଲୋଚନା ପାଇଁ ସହମତି

୨+୨ ଆଲୋଚନା ପାଇଁ ସହମତି

ଭାରତ-ଜାପାନ୍‌ ୬ ଚୁକ୍ତି:୨୫୦ କୋଟି ଡଲାର ନିବେଶ କରିବେ ଜାପାନୀ ନିବେଶକ

The Prime Minister, Shri Narendra Modi being received by the Prime Minister of Japan, Mr. Shinzo Abe at the welcome ceremony, in Tokyo, Japan on October 29, 2018.

ଟୋକିଓ: ଭାରତ ଓ ଜାପାନ୍‌ ମଧ୍ୟରେ ସୋମବାର ଅନୁଷ୍ଠିତ ଦ୍ବିପାକ୍ଷିକ ସମ୍ମିଳନୀରେ ମୋଟ ୬ଟି ସ୍ବାକ୍ଷରିତ ହୋଇଛି। ହାଇସ୍ପିଡ୍‌ ଟ୍ରେନ୍‌, ନାଭି କର୍ପୋରେସନ୍‌, ଡିଜିଟାଇଜେସନ୍‌, ସାଇବରସ୍ପେସ୍‌, ସ୍ବା‌ସ୍ଥ୍ୟ, ପ୍ରତିରକ୍ଷା, ସାମୁଦ୍ରିକ ଓ ମହାକାଶ କ୍ଷେତ୍ରରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ଏଥିସହ ଉଭୟ ରାଷ୍ଟ୍ରର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟରେ ୨+୨ କଥାବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ସହମତି ହୋଇଛି। ଚୁକ୍ତି ସ୍ବାକ୍ଷର ପରେ ଏକ ମିଳିତ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ୬ଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତି ହୋଇଛି। ତା’ଛଡ଼ା ଜାପାନର ନିବେଶକମାନେ ଭାରତରେ ୨୫୦ କୋଟି ଡଲାର ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଅର୍ଥନୀତି ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ମୋଦୀ କହିଛନ୍ତି, ମୋର ଜାପାନ ଗସ୍ତ ଅବିସ୍ମରଣୀୟ ହୋଇଛି। ଭାରତ ଓ ଜାପାନ ମଧ୍ୟରେ ଗଭୀର ସାମଞ୍ଜସ୍ୟ ଅଛି ବୋଲି ସେ ଦର୍ଶାଇଛନ୍ତି। ଉଭୟ ଦେଶର ସମ୍ପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପ‌େର ଆଧାରିତ। ନିବେଶକଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍‌ ବିନିର୍ମାଣ ନିମନ୍ତେ ଭାରତ ଏକ ଅନ୍ତର୍ଜାତୀୟ ପେଣ୍ଠସ୍ଥଳରେ ପରିଣତ ହେଉଛି। ତେଣୁ ଏଠାରେ ବିପୁଳ ନିବେଶ ସୁଯୋଗ ସୃଷ୍ଟି ହୋଇଛି।
ସେହିଭଳି ଜାପାନ ପ୍ରଧାନମନ୍ତ୍ରୀ ଆବେ କହିଛନ୍ତି, ଭାରତ ଓ ଜାପାନ ମଧ୍ୟରେ ଥିବା ସମ୍ପର୍କ ବିଶ୍ବର ସବୁଠୁ ଉତ୍କୃଷ୍ଟ ଦ୍ବିପାକ୍ଷିକ ସମ୍ପର୍କଗୁଡ଼ିକ ମଧ୍ୟରେ ଅନ୍ୟତମ। ମୋଦୀଙ୍କୁ ପ୍ରଶଂସା କରି ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନିଜର ଦୃଢ଼ ନିଷ୍ପତ୍ତି ପାଇଁ ପରିଚିତ। ଅର୍ଥନୀତି ପାଇଁ ଆବଶ୍ୟକ ପ୍ରତିଟି କ୍ଷେତ୍ରରେ ସେ ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ମୋଦୀଙ୍କ ନେତୃତ୍ବରେ ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିଛି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ। ଶିଖର ସମ୍ମିଳନୀରେ ମୋଦୀ ଏବଂ ଆବେ ଦ୍ବିପାକ୍ଷିକ ସମ୍ପର୍କ, ବାଣିଜ୍ୟ ଓ ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ଉଭୟ ଦେଶ ପ୍ରଥମ ଥର ପାଇଁ ଯୋଗ ଓ ଆୟୁର୍ବେଦ ଭଳି ପାରମ୍ପରିକ ସ୍ବାସ୍ଥ୍ୟ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ ବୋଲି ଚୁକ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe