ଭାରତ-ଜାପାନର ଷଷ୍ଠ ନୌ ସମରାଭ୍ୟାସ ‘ଜିମେକ୍ସ’

ଭାରତ-ଜାପାନର  ଷଷ୍ଠ ନୌ ସମରାଭ୍ୟାସ ‘ଜିମେକ୍ସ’

times of india

ନୂଆଦିଲ୍ଲୀ: ଭାରତର ପ୍ରାୟୋଜକତ୍ବରେ ଜାପାନ-ଇଣ୍ଡିଆ ମେରିଟାଇମ ଏକ୍ସରସାଇଜ୍ ୨୦୨୨ (ଜିମେକ୍ସ ୨୨) ସେପ୍ଟେମ୍ବର ୧୧ରୁ ବଙ୍ଗୋପସାଗରରେ ଆରମ୍ଭ ହୋଇଛି। ଏହା ଜିମେକ୍ସର ଷଷ୍ଠ ସଂସ୍କରଣ। ଏଥିରେ ଭାରତ ନୌବାହିନୀର ତିନିଟି ସ୍ବଦେଶ-ନିର୍ମିତ ବହୁମୁଖୀ ଷ୍ଟେଲ୍‌ଥ ଯୁଦ୍ଧଜାହାଜ ସହ୍ୟାଦ୍ରି ଏବଂ ଜାହାଜ-ବିଧ୍ବଂସୀ ଯୁଦ୍ଧଜାହାଜ କଦମତ୍ତ ଓ କବରାତ୍ତି ସାମିଲ ହୋଇଛି।

ଏଥି ସହ ଗାଇଡେଡ୍ କ୍ଷେପଣାସ୍ତ୍ର-ବିଧ୍ବଂସୀ ରଣବିଜୟ, ଫ୍ଲିଟ୍ ଟ୍ୟାଙ୍କର ଜ୍ୟୋତି, ଅଫ୍‌ସୋର ପାଟ୍ରୋଲିଂ ଜାହାଜ ସୁକନ୍ୟା, ଯୁଦ୍ଧ ଜାହାଜ ଏମ୍‌ଆଇଜି ୨୯କେ ଲଢ଼ୁଆ ବିମାନ, ଲଙ୍ଗ୍ ରେଞ୍ଜ ମେରିଟାଇମ ପାଟ୍ରୋଲ ବିମାନ ଓ ସିପ୍‌-ବୋର୍ଣ୍ଣ ହେଲିକପ୍ଟରଗୁଡ଼ିକ ବି ଏହି ସାମୁଦ୍ରିକ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି। ସେହିପରି ଜାପାନର ଯୁଦ୍ଧଜାହାଜଗୁଡ଼ିକ ମଧ୍ୟ ଉକ୍ତ ମିଳିତ ସମରାଭ୍ୟାସରେ ଯୋଗ ଦେଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଏହି ନୌସମରାଭ୍ୟାସ ହେବ, ଗୋଟିଏ ସମୁଦ୍ରରେ ଏବଂ ଆଉ ଗୋଟିଏ ବିଶାଖାପାଟଣାସ୍ଥିତ ପୋତାଶ୍ରୟ‌ରେ। ଜାପାନ ସହ ଭାରତର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଏବଂ ଜିମେକ୍ସର ୧୦ମ ବାର୍ଷିକୀ ଅବସରରେ ଏହି ସମରାଭ୍ୟାସ କରାଯାଉଛି। ଏହାଫଳରେ ଦୁଇ ଦେଶ ମଧ୍ୟ ସହଯୋଗିତା ବୃଦ୍ଧି ପାଇବା ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe