କୋଭିଡ୍‌-୧୯ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଆଗରେ, ବିଶ୍ବକୁ ତାହାର ସହଯୋଗ ଦରକାର: ବିଲ୍‌ ଗେଟ୍‌ସ

କୋଭିଡ୍‌-୧୯ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଆଗରେ, ବିଶ୍ବକୁ ତାହାର ସହଯୋଗ ଦରକାର: ବିଲ୍‌ ଗେଟ୍‌ସ

India Today

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟୀକା ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଦେଖି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା ବିଶ୍ବର ଅନ୍ୟତମ ଧନୀବ୍ୟକ୍ତି ବିଲ୍‌ ଗେଟ୍‌ସ କହିଛନ୍ତି କି ବିଶ୍ବକୁ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତର ସାହାଯ୍ୟର ଆବଶ୍ୟକତା ରହିଛି। ଯେହେତୁ ଭାରତ ବିଶ୍ବର ଅନ୍ୟତମ ବୃହତ ଟିକା ଉତ୍ପାଦନକାରୀ ତେଣୁ ବହୁଳ ପରିମାଣର କୋଭିଡ୍ ଟିକା ପ୍ରସ୍ତୁତ କରିବା ଲାଗି ଭାରତର ସହାୟତା ଅବଶ୍ୟ ପ୍ରଯୋଜନୀୟ।

ବିଲ୍‌‌ ଗେଟ୍‌ସ ଏକ ଗଣମାଧ୍ୟମ ସଂସ୍ଥାରେ ନିଜର ମତ ରଖି କହିଛନ୍ତି କି ‘ଭାରତ ଏକ ଅଗ୍ରଣୀ ଟିକା ଉତ୍ପାଦନକାରୀ ରାଷ୍ଟ୍ର। ଆମକୁ କୋଭିଡ -୧୯ ଟିକା ପ୍ରସ୍ତୁତ କରିବାରେ ଭାରତର ସହଯୋଗ ଆବଶ୍ୟକ। କୋଭିଡ୍‌-୧୯ ଟିକା ପାଇଁ ଆବଶ୍ୟକୀୟ କିଛି କ୍ଷମତାର ଉପଲବ୍ଧତା ପାଇଁ ବିଶ୍ୱ ଭାରତ ଉପରେ ଦୃଷ୍ଟି ରଖିଛି।’

publive-image
ET CIO

ବିଲ୍‌ ଗେଟ୍ସ ଆହୁରି ବି କହିଛନ୍ତି ଯେ ଆସନ୍ତାବର୍ଷ ଭାରତରେ କୋଭିଡ୍‌-୧୯ ଟିକା ବାହାରିବାର ଅନେକ ସମ୍ଭାବନା ରହିଛି। ଭାରତ ଯଥାସମ୍ଭବ ଏହି ଟିକାକୁ ତୁରନ୍ତ ବାହାର କରୁ ବୋଲି ଆମେ ସମସ୍ତେ ଚାହୁଁଛୁ। ଆସନ୍ତାବର୍ଷ ପ୍ରଥମ ତ୍ରୈମାସିକରେ ଅନେକ ଟିକା ଉତ୍ପାଦନକାରୀ କମ୍ପାନି ଟିକା ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି ବୋଲି ଆଶାବାଦୀ ଅଛନ୍ତି ବିଲ୍‌ ଗେଟ୍‌ସ।

ଭାରତରେ ଏବେ ୩ଟି ବଡ଼ କମ୍ପାନି ଟିକା ଉତ୍ପାଦନ କ୍ଷେତ୍ରରେ କାମ କରୁଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ୱର ଅନ୍ୟତମ ବୃହତ୍ତମ ସହାୟତା ପ୍ରଦାନକାରୀ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସାରା ବିଶ୍ୱରେ କାର୍ଯ୍ୟ କରିଆସୁଛି। ଭାରତରେ, କୋଭିଡ -୧୯ ଟିକା ଉତ୍ପାଦନ ଏବଂ ବିତରଣକୁ ତ୍ୱରାନ୍ୱିତ କରିବା ପାଇଁ ଫାଉଣ୍ଡେସନ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ହାତ ମିଳାଇ ସହଭାଗୀ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe