ଏ ବର୍ଷ ଭାରତରେ ସ୍ବାଭାବିକ ମୌସୁମୀ ବର୍ଷା ସମ୍ଭାବନା

ଏ ବର୍ଷ ଭାରତରେ ସ୍ବାଭାବିକ ମୌସୁମୀ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଏ ବର୍ଷ ଭାରତରେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ହାର ସ୍ବାଭାବିକ ହେବାର ସମ୍ଭାବନା ଥିବା କଥା ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ କହିଛି। ଏ ବର୍ଷ ଓଡ଼ିଶାରେ ମୌସୁମୀ ପ୍ରବାହଜନିତ ବର୍ଷା ଆସିବାରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବ ରାଜୀବନ୍‌ କହିଛନ୍ତି, ଏ ବର୍ଷ ଆମେ ସ୍ବାଭାବିକ ମୌସୁମୀ ବୃଷ୍ଟିପାତ ପାଇବା। ପରିମାଣ ଅନୁସାରେ ୨୦୨୦ ମୌସୁମୀ ବର୍ଷା ୧୦୦% ହେବ ବୋଲି ଆଶା କରାଯାଉଛି। ହୁଏ ତ ୫% ଊଣା ଅଧିକ ହୋଇପାରେ।

ଅନ୍ଲାଇନ୍‌ରେ  ସାମ୍ସବାଦିକ ମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ ଏଥର ବର୍ଷାର ପରିମାଣ ୯୬% ରୁ ୧୦୪% ରହିପାରେ।

publive-image Image Source: Hindustan Times

ଏଥର କେରଳକୁ ମୌସୁମୀ ବାୟୁର ଆମଗମନ ମଧ୍ୟ ପୂର୍ବ ପରି ରହିଛି। ଅର୍ଥାତ୍ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ କହିଛି। ତା’ପରେ ‌ଜୁନ୍ ୪ ତାରିଖରେ ଚେନ୍ନାଇ, ୭ ତାରିଖରେ ପାଞ୍ଜିମ, ୮ ତାରିଖରେ ହାଇଦ୍ରାବାଦ, ୧୦ ତାରିଖରେ ପୁଣେ ଏବଂ ୧୧ ତାରିଖରେ ମୁମ୍ବାଇରେ ପହଞ୍ଚିବ। ଜୁନ୍ ୨୭ ତାରିଖ ବେଳକୁ ମୌସୁମୀ ବାୟୁ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପହଞ୍ଚିଯାଇଥିବ।

ଭାରତୀୟ ପାଣିପାଗ ବିଭାଗ ଦୁଇଟି ପର୍ଯ୍ୟାୟରେ ‘ଲଙ୍ଗ୍ ରେଞ୍ଜ୍‌ ଫୋର୍‌କାଷ୍ଟ୍‌’ ଜାରି କରେ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ମାସରେ ଜାରି ହେଉଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଜୁନ୍ ମାସରେ ଜାରି ହୁଏ। ଏହି ଘୋଷଣାରେ ପାଣିପାଗ ବିଭାଗ ଆଞ୍ଚଳିକ ସ୍ତରରେ କେତେ ପରିମାଣର ବର୍ଷା ହେବ ତାହା ସୂଚାଇ ନ ଥାଏ।

ସାଧାରଣତଃ ଜୁନ୍ ମାସରେ ଆସି ସେପ୍ଟେମ୍ବର ମାସରେ ପ୍ରତ୍ୟାବର୍ତ୍ତନ କରୁଥିବା ମୌସୁମୀ ବାୟୁ କାରଣରୁ ଭାରତ ତା’ର ସମୁଦାୟ ବାର୍ଷିକ ବୃଷ୍ଟିପାତରୁ ୭୦% ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe