ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୬୩୩ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୬୩୩ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୭,୬୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ସୂଚନା ଅନୁସାରେ ଏହି ନୂତନ ମାମଲାକୁ ମିଶାଇଲେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧,୨୩୩କୁ ବୃଦ୍ଧି ପାଇଛି।

ତେବେ ଗତକାଲି ୧୧ ଜଣଙ୍କର କରୋନାଜନୀତ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୩୧, ୧୫୨କୁ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରୁ ୪ଟି ମୃତ୍ୟୁ ମାମଲା ଚିହ୍ନଟ ହୋଇଥିବା ବେଳେ ହରିଆଣା, କର୍ଣ୍ଣାଟକ ଓ ପଞ୍ଜାବରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି କେରଳରୁ ୪ ଜଣଙ୍କ ମୃତ୍ୟୁ ଘଟିଛି।

ଏବେ ସୁଦ୍ଧା ଦେଶରେ ସମୁଦାୟ ୪.୪୭ କୋଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୦.୪ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ତେବେ ଦେଶରେ ସୁସ୍ଥ ହୋଇଛନ୍ତି ଏବେ ସୁଦ୍ଧା ୯୮.୬୮ ପ୍ରତିଶତ।

କେନ୍ଦ୍ର ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ୨୨୦.୬୬ କରୋନା ଟିକାର ଡୋଜ୍‌ ଦିଆ ସରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe