Advertisment

କୋଭାକ୍ସିନର ଡୋଜ ପିଛା ମୂଲ୍ୟ ୨୯୫ଟଙ୍କା, ଅନ୍ୟ ୪ କରେ‌ାନା ଟିକା ଉପରେ କେନ୍ଦ୍ର ରଖିଛି ନଜର

Advertisment
କୋଭାକ୍ସିନର ଡୋଜ ପିଛା ମୂଲ୍ୟ ୨୯୫ଟଙ୍କା, ଅନ୍ୟ ୪ କରେ‌ାନା ଟିକା ଉପରେ କେନ୍ଦ୍ର ରଖିଛି ନଜର

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କୋଭିସିଲ୍ଡ ଟିକାର ବଜାର ମୂଲ୍ୟ ଧାର୍ଯ୍ୟ କରାଯିବ ପରେ ଆଜି ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ରୟ ମୂଲ୍ୟ ଧାର୍ଯ୍ୟ କରାଯାଇଛି। କୋଭିସିଲ୍ଡର ଗୋଟିଏ ଡୋଜର ମୂଲ୍ୟ ୨୦୦ଟଙ୍କା ରହିଥିବା ବେଳେ କୋଭାକ୍ସିନର ଗୋଟିଏ ଡୋଜର କ୍ରୟ ମୂଲ୍ୟ ୨୯୫ଟଙ୍କା ହେବ। ଏହା ସହ ଏହି ଦୁଇଟି ଟିକା ବ୍ୟତୀତ ଭାରତ ସରକାର ଅନ୍ୟ ୪ଟି ଟିକାର ବ୍ୟବହାରକୁ ନେଇ ବିଚାର କରୁଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ତାଙ୍କ କହିବା ମୁତାବକ, କେନ୍ଦ୍ର ସରକାର କୋଭାକ୍ସିନର ୩୮.୫ଲକ୍ଷ ଡୋଜ କିିଣିବେ ଏବଂ ୧୬.୫୦ଲକ୍ଷ ଡୋଜ ଭାରତ ବାୟୋଟେକ କେନ୍ଦ୍ରକୁ ମାଗଣାରେ ଦେବ। କୋଭିସିଲ୍ଡ ଓ କୋଭାକ୍ସିନ ବ୍ୟତୀତ ଭାରତ ସରକାର ଜାଇଡସ କାଡିଲା, ଋଷର ସ୍ପୁଟନିକ-ଭି, ବାୟୋଲଜିକାଲ ଇ ଏବଂ ଜେନୋଭା ଟିକା ଉପରେ ମଧ୍ୟ ନଜର ରଖିଛନ୍ତି।

Expert Panel Changed Tack on Covaxin in One Day, Minutes Show - The Wire Science The Wire Science

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଆମେରିକାର ଫାର୍ମା କମ୍ପାନି ଫାଇଜର କରୋନାଭାଇରସ୍ ଟିକାର ଦୁଇଟି ଡୋଜର ମୂଲ୍ୟ ୨,୮୦୦ ଟଙ୍କା ହେବା ସହ ମଡର୍ଣ୍ଣା ଟିକାର ଡୋଜ ପିଛା ମୂଲ୍ୟ ୨୩୦୦ରୁ ୨୭୦୦ ଟଙ୍କା ମଧ୍ୟରେ ହେବ। ଚୀନ୍ ଦ୍ବାରା ବିକଶିତ ହୋଇଥିବା ଦୁଇଟି ଟିକା ମଧ୍ୟରୁ ଗୋଟିଏ ଟିକାର ମୂଲ୍ୟ ୫,୬୦୦ ଟଙ୍କା ହେବା ସହ ଅନ୍ୟଟିର ମୂୂଲ୍ୟ ଭାରତରେ ୧୨୦୦ ଟଙ୍କା ହେବ। ରୁଷ ଦ୍ବାରା ବିକଶିତ ହୋଇଥିବା ସ୍ପୁଟନିକ-ଭି ଟିକାର ଡୋଜ ପିଛା ମୂଲ୍ୟ ୭୩୪ ଟଙ୍କା ହେବା ସହ ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ ହୋଇଥିବା ଟିକାର ପ୍ରତି ଡୋଜର ମୂଲ୍ୟ ୭୩୪ଟଙ୍କା ରହିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe