U.S. President Donald Trump announces a deal to end the partial government shutdown as he speaks in the Rose Garden of the White House in Washington, U.S., January 25, 2019. REUTERS/Kevin Lamarque - RC17D9CB3190
ୱାସିଂଟନ୍ : ପୁଲ୍ୱାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଅତି ଚରମ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍ କହିଛନ୍ତି ଯେ ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସ୍ଥିତି ଭୟଙ୍କର ରହିଛି। ତେବେ ଏହି ଉତ୍ତେଜନା ଥମିବା ଏବଂ ପରିସ୍ଥିତି ସ୍ବାଭାବିକ ହେବା ଆମେ ଚାହୁଛୁ ବୋଲି ଟ୍ରମ୍ପ୍ କହିଛନ୍ତି। ଆମେରିକା ଏବେ ଉଭୟ ପକ୍ଷଙ୍କ ସହ ଯୋଗାଯୋଗ ରଖିଛି ଏବଂ ଖୁବ୍ଶୀଘ୍ର ଏହି ସ୍ଥିତି ସ୍ବାଭାବିକ ହେବ ବୋଲି ଟ୍ରମ୍ପ ଆଶା ପ୍ରକଟ କରିଛନ୍ତି। ପୁଲ୍ୱାମା ଆକ୍ରମଣରେ ୪୧ ଯବାନ ସହିଦ ହେବା ଘଟଣାକୁ ଭାରତ ଅତୀବ ଗମ୍ଭୀରତାର ସହ ନେଇଛି ଏବଂ ଭାରତ ଆଗକୁ କିଛି ବଡ଼ ଧରଣର ପଦକ୍ଷେପ ନେବ ବୋଲି ଟ୍ରମ୍ପ୍ ଆଜି ଓଭାଲ୍ ଅଫିସ୍ରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଟ୍ରମ୍ପ୍ ସୂଚନା ଦେଇଛନ୍ତି ଯେ ଆମେରିକା ଏବେ ପାକିସ୍ତାନ ସହ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରୁଛି ଏବଂ ଏଥିନେଇ ପାକିସ୍ତାନର ନେତା ଏବଂ ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରହିଛି। ଆମେରିକା ପାକିସ୍ତାନକୁ ପୂର୍ବରୁ ଦେଇ ଆସୁଥିବା ବାର୍ଷିକ ୧.୩ ବିଲିଅନ ଡଲାର ସହାୟତାକୁ ବନ୍ଦ କରିଦେଇଛି। ତେବେ ଗତ କିଛି ମାସ ମଧ୍ୟରେ ପାକିସ୍ତାନ ସହ ସମ୍ପର୍କରେ ସାମାନ୍ୟ ଉନ୍ନତି ହୋଇଥିବା ଟ୍ରମ୍ପ୍ କହିଛନ୍ତି।
ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର: ପାକିସ୍ତାନ ସେନା ଆଜି ଜମ୍ମୁ କଶ୍ମୀରର ରାଜୌରି ଜିଲ୍ଲାର ନିୟନ୍ତ୍ରଣ ରେଖା ଅଂଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ସୀମାବର୍ତ୍ତୀ ଗ୍ରାମ ଏବଂ ଭାରତୀୟ ସେନାର ପୋଷ୍ଟ୍ଗୁଡ଼ିକୁ ଟାର୍ଗେଟ୍ କରି ପାକ୍ ରେଂଜର୍ସ ଗୁଳିମାଡ଼ କରିଥିବା ବେଳେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ଅପରାହ୍ନ ସାଢ଼େ ୪ଟାରୁ ଆରମ୍ଭ ହୋଇଥିବା ଏହି ଗୁଳିମାଡ଼ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଏଥିରେ ଉଭୟ ପଟୁ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ମିଳିନାହିଁ।
ପାକ୍ ଗୋଟିଏ ବୋମା ଫୁଟାଇଲେ ଭାରତ ୨୦ ଫୁଟାଇବ
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲେ ମଧ୍ୟ ଏଥିରେ ପରମାଣୁ ବୋମା ବ୍ୟବହାର ହେବନାହିଁ। ଯଦି ପାକିସ୍ତାନ ଗୋଟିଏ ବୋମା ବ୍ୟବହାର କରିବ, ତା’ହେଲେ ଭାରତ ୨୦ଟି ବୋମା ପକାଇବ ବୋଲି ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ ମୁସାରଫ୍ ଦୁବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଯେଉଁମାନେ ଏବେ ପରମାଣୁ ଯୁଦ୍ଧର ସମ୍ଭାବନା କଥା କହୁଛନ୍ତି, ସେମାନେ ଯୁଦ୍ଧ ନୀତି ସଂପର୍କରେ କିଛି ଜାଣିନାହାନ୍ତି ବୋଲି ମୁସାରଫ୍ କହିଛନ୍ତି। ପରମାଣୁ ଅସ୍ତ୍ର କେବଳ ଆତ୍ମରକ୍ଷା ପାଇଁ ରହିଛି ଏବଂ ଏହାକୁ କୌଣସି ପକ୍ଷ ବ୍ୟବହାର କରିବା ଉଚିତ ନୁହେଁ। ବର୍ତ୍ତମାନର ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇଯାଇପାରେ ବୋଲି ଯେଉଁମାନେ ଆଲୋଚନା କରୁଛନ୍ତି ସେମାନେ ଏହାର ଭୟାବହତା ସଂପର୍କରେ ଠିକ୍ ଅବଗତ ନାହାନ୍ତି। ଭାରତ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷର ଶତ୍ରୁତା ଲାଗି ରହିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏଭଳି ସ୍ଥିତି ପାଇଁ ଏକ ପରମାଣୁ ଯୁଦ୍ଧ ଭଳି ପରିସ୍ଥିତି ଆସିଯିବ। ଉଭୟ ରାଷ୍ଟ୍ର ଏ ସଂପର୍କରେ ବେଶ୍ ସଚେତନ ଅଛନ୍ତି ବୋଲି ମୁସାରଫ୍ କହିଛନ୍ତି। କଶ୍ମୀରର ପୁଲୱାମାରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ କରିଥିବା ଆତ୍ମଘାତୀ ଆକ୍ରମଣରେ ଭାରତର ୪୧ ଜଣ ଯବାନ ସହିଦ ହେବା ପରେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ନେଇ ମୁସାରଫ୍ଙ୍କୁ ସାମ୍ବାଦିକମାନେ ବିଭିନ୍ନ ପ୍ରଶ୍ନ କରିଥିଲେ। ମୁସାରଫ୍ କହିଥିଲେ ଯେ ଏବେ ପାକିସ୍ତାନରେ ଯେଭଳି ସ୍ଥିତି ଉପୁଜିଛି, ସେଥିରେ ସେ ପୁଣି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସହାୟତ ହେବ।
  
 Follow Us