୨୦୧୯ରେ ଭାରତ ହରାଇଛି ୧୧୦ ବାଘ ଓ ୪୯୧ କଲରାପତ୍ରିଆ: ରିପୋର୍ଟ

Advertisment
୨୦୧୯ରେ ଭାରତ ହରାଇଛି ୧୧୦ ବାଘ ଓ ୪୯୧ କଲରାପତ୍ରିଆ: ରିପୋର୍ଟ

Image Source: The Times of India

ନାଗପୁର: ୨୦୧୯ରେ ଦେଶ ୧୧୦ଟି ବାଘ ଓ ୪୯୧ଟି କଲରାପତ୍ରିଆ ହରାଇଛି ବୋଲି ‘ଓ୍ଵାଇଲ୍‌ଡ୍‌ ଲାଇଫ୍‌ ପ୍ରୋଟେକ୍‌ସନ୍‌ ସୋସାଇଟି ଅଫ୍‌ ଇଣ୍ଡିଆ’ (ଡବ୍ଲୁପିଏସ୍‌ଆଇ) ନାମକ ଏନ୍‌ଜିଓ ତା’ର ରିପୋର୍ଟରେ ପ୍ରକାଶ କରିଛି।

ଶିକାର ଯୋଗୁଁ ପ୍ରାୟ ୩୮ଟି ବାଘ ପ୍ରାଣ ହରାଇଛନ୍ତି। ୨୦୧୮ ବର୍ଷରେ ଶିକାର ଘଟଣାରେ ୩୪ଟି ବାଘ ପ୍ରାଣ ହରାଇଥିଲେ।

୨୦୧୮ରେ ୫୦୦ କଲରାପତ୍ରିଆଙ୍କର ମୃତ୍ୟୁ ଘଟିଥିବା ବେଳେ ଏ ବର୍ଷ ସେମାନଙ୍କର ମୃତ୍ୟୁସଂଖ୍ୟା ୪୯୧କୁ ହ୍ରାସ ପାଇଛି। ଅଧିକାଂଶ କଲାରାପତ୍ରିଆ ସଡ଼କ ଓ ରେଳ ଦୁର୍ଘଟଣାରେ ପ୍ରାଣ ହରାଉଥିବା କଥା ‘ଡବ୍ଲୁପିଏସ୍‌ଆଇ’ କହିଛି।

୨୦୧୯ରେ କେବଳ ମହାରାଷ୍ଟ୍ରରେ ମରିଛନ୍ତି ୯୭ଟି କଲରାପତ୍ରିଆ। ସେମାନଙ୍କ ମଧ୍ୟରୁ ସଡ଼କ ଓ ରେଳ ଦୁର୍ଘଟଣାରେ ମରିଛନ୍ତି ୩୧ଟି କଲରାପତ୍ରିଆ।

publive-image Image Source: pavbca

୨୦୧୮ ବର୍ଷ ତୁଳନାରେ ୨୦୧୯ ବର୍ଷରେ ବାଘ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଉଦ୍‌ବେଗର ବିଷୟ। ବାଘମୃତ୍ୟୁ ତାଲିକାର ଶୀର୍ଷରେ ରହିଛି ମଧ୍ୟପ୍ରଦେଶ। ସେଠରେ ୨୯ଟି ବାଘ ମରିଛନ୍ତି। ତା’ପଛକୁ ଅଛି ମହାରାଷ୍ଟ୍ର। ସେଠାରେ ୨୨ଟି ବାଘ ମରିଛନ୍ତି। ୨୦୧୮ରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଯଥାକ୍ରମେ ୨୩ ଓ ୧୯ଟି ବାଘ ମରିଥିଲେ।

ବର୍ଷ ୨୦୧୯ରେ ମରିଥିବା ୧୧୦ଟି ବାଘଙ୍କ ମଧ୍ୟରୁ ଦେହାଂଶ ଜବତ ଓ ଶିକାର ଘଟଣାରୁ ୩୮ଟି ବାଘ ମରିଥିବା ଜଣାପଡ଼ିଥିଲା। ଆଉ ୨୬ଟି ବାଘ ମୃତାବସ୍ଥାରେ ମିଳିଥିଲେ। ୩୬ଟି ବାଘ ଅନ୍ୟ ବାଘମାନଙ୍କ ସହ ଲଢ଼େଇ କରି ମରିଥିଲେ। ତିନିଟ ବାଘ ସଡ଼କ ଓ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବାକି ଛଅଟି ବାଘ ଉଦ୍ଧାର କରାଯିବା ସମୟରେ ମରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe