ଅଧାରେ ରହିଲା ସ୍ବର୍ଣ୍ଣ ପଦକ ଜିତିବାର ସ୍ବପ୍ନ: ବେଲଜିୟମଠାରୁ ୨-୫ରେ ହାରିଲେ ଭାରତୀୟ ପୁରୁଷ ହକି ଦଳ

Advertisment
ଅଧାରେ ରହିଲା ସ୍ବର୍ଣ୍ଣ ପଦକ ଜିତିବାର ସ୍ବପ୍ନ: ବେଲଜିୟମଠାରୁ ୨-୫ରେ ହାରିଲେ ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ନିରାଶ କଲେ ଭାରତୀୟ ପୁରୁଷ ହକି ଦଳ। ଅଧାରେ ରହିଲା ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ।  ସୋମବାର ଟୋକିଓର ଓଇ ହକି ଷ୍ଟାଡିୟମରେ ବିଶ୍ୱ ଚାମ୍ପିଅନ୍ ବେଲଜିୟମଠାରୁ ଭାରତ ୨-୫ରେ ପରାସ୍ତ ହୋଇଥିବା ଜଣାପଡ଼ିଛି। ଦୀର୍ଘ ୪୯ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ। ଶେଷ ଥର ପାଇଁ ୧୯୭୨ ଅଲିମ୍ପିକ୍ସରେ ସେମିଫାଇନାଲ୍ ଖେଳିଥିଲା ଭାରତୀୟ ଟିମ। ୪୯ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ହକି ଦଳ ପଦକ ଜିତିବାର ଆଶା ରଖିଥିବା ବେଳେ ଏବେ ତାହା ଧୂଳିସାତ ହୋଇଛି। ତେବେ ଟିମ୍ ଇଣ୍ଡିଆ ପାଇଁ ଏବେ ମଧ୍ୟ ପଦକ ଜିତିବାର ସୁଯୋଗ ରହିଛି। ଭାରତୀୟ ପୁରୁଷ ହକି ଦଳ ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ।

Tokyo Olympics 2020 Live Updates aajtak.in

ହକିରେ ପରାଜୟ ପରେ କୁସ୍ତିରେ ମଧ୍ୟ ଭାରତକୁ ନିରାଶ କରିଛନ୍ତି ସୋନମ ମଲିକ୍। ଆଜି ସୋନମ ମଲିକ (୬୨ କିଲୋଗ୍ରାମ ବର୍ଗ) ମ୍ୟାଚ୍ ହାରିଛନ୍ତି। ସେ ମୋଙ୍ଗୋଲିଆର ବୋଲର୍ଟୁୟାଙ୍କ ଦ୍ୱାରା ପରାସ୍ତ ହୋଇଛନ୍ତି | ମ୍ୟାଚ ଆରମ୍ଭରେ ସୋନମ ମଲିକ ଅଗ୍ରଣୀ ହୋଇଥିଲେ ମଧ୍ୟ ବୋଲର୍ଟୁୟା ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ୨-୨ରେ ସମାନ କରିଥିଲେ। ବୋଲର୍ଟୁୟାଙ୍କୁ ୨ଟି ଟେକନିକାଲ ପଏଣ୍ଟ ମିଳିବା ପରେ ସେ ଏହି ଆଧାରରେ ମ୍ୟାଚ ଜିତିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe