ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ଅର୍ଥନୀତିକୁ ମଜଭୁତ କରିବ: ଶୁଭ୍ରକାନ୍ତ

Advertisment
ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ଅର୍ଥନୀତିକୁ ମଜଭୁତ କରିବ: ଶୁଭ୍ରକାନ୍ତ

ଭୁବନେଶ୍ୱର: ଭାରତ- ମଧ୍ୟ ପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ଅର୍ଥନୀତିକୁ ଅଭିବୃଦ୍ଧିକୁ ବଢ଼ାଇବା ସହିତ ନିଯୁକ୍ତି ସୃଷ୍ଟି କରିବ। ଭାରତ ସରକାରଙ୍କ ଉଦ୍ୟୋଗ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଏବଂ ସାଉଦି ଆରବ ନିବେଶ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଫିକି ଦ୍ୱାରା ଆୟୋଜିତ ଭାରତ-ସାଉଦି ଆରବ ନିବେଶ ଫୋରମରେ ଅଭିଭାଷଣ ଦେଇ ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା ଏହା କହିଛନ୍ତି। ଏଥିସହିତ ଗ୍ରିନ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତୀୟ ଏବଂ ସାଉଦି ବ୍ୟବସାୟୀମାନଙ୍କ ପାଇଁ ଲାଭାନ୍ବିତ ହେବା ନିମନ୍ତେ ଏହା ମଧ୍ୟ ଏକ ଉତ୍ତମ ସୁଯୋଗ ହେବ ବୋଲି ସେ କହିଛନ୍ତି।

ଏହି ଅବସରରେ ସେ ଘରୋଇ ତଥା ବିଦେଶୀ ନିବେଶକଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଥିବା ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ୟବସାୟକୁ ସଶକ୍ତ କରିବା ଏବଂ ଅଣ ତୈଳ ରପ୍ତାନି ବୃଦ୍ଧି ପାଇଁ ସାଉଦି ଆରବର ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସାଉଦି ଆରବର ଶିଳ୍ପ ତଥା ନିବେଶ ମନ୍ତ୍ରୀ ଖାଲିଦ୍‌ ଫଲିହ୍ ଉପସ୍ଥିତ ରହି ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe