କେଜ୍ରିୱାଲଙ୍କ ଭରସାରେ ଇଣ୍ଡି ମେଣ୍ଟ

Advertisment
କେଜ୍ରିୱାଲଙ୍କୁ ମିଳିପାରେ ଅନ୍ତରୀଣ ଜାମିନ!

Image Courtesy of Tribune India

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମ୍‌କୋର୍ଟରୁ ଜୁନ୍‌ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ‘ଭାବପ୍ରବଣ କାର୍ଡ’ ଏବେ ଚର୍ଚ୍ଚାରେ ରହିଛି। ମେ ୧୪ ତାରିଖ ମଧ୍ୟାହ୍ନରେ ହରିୟାଣାର ପେହୋୱା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରବଳ ଗରମ ମଧ୍ୟରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ତିହାର ଜେଲରୁ ମୁକୁଳିବା ପରେ ହରିୟାଣାରେ ଏହା ତାଙ୍କର ପ୍ରଥମ ରୋଡ୍ ସୋ ଥିଲା। କେଜ୍ରିୱାଲ ନିଜ ଭାଷଣ ସମୟରେ ଦିଲ୍ଲୀ ରୋଡ୍ ସୋ’ ଭଳି ସେ ଅନେକ ଭାବପ୍ରବଣ କାର୍ଡ ଖେଳିବାକୁ ପସନ୍ଦ କରିଥିଲେ। ଲୋକସଭା ନିର୍ବାଚନ ଘୋଷଣା ପରେ ତାଙ୍କୁ କିପରି ଗିରଫ କରାଗଲା ଏବଂ ନିର୍ବାଚନ ପ୍ରଚାରରୁ ‘ହରିୟାଣା କା ବେଟା’କୁ ଦୂରେଇ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା କିପରି ଷଡ଼ଯନ୍ତ୍ର ଥିଲା ସେ ବିଷୟରେ କହୁଥିଲେ। ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ସମର୍ଥନରେ ଏବେ ଇଣ୍ଡି ମେଣ୍ଟ ନେତାମାନେ ଲଗାତାର ବୟାନ ଦେଉଥିବା ବେଳେ ତାଙ୍କ ପ୍ରଚାରରୁ ଫାଇଦା ଆଶା ମଧ୍ୟ ରଖିଛନ୍ତି।

କୁରୁକ୍ଷେତ୍ର ଲୋକସଭା ଆସନର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ଟି ରୋଡ୍ ସୋ’ରେ କେଜ୍ରିଵାଲ ତିହାର ଜେଲ୍‌ରେ ରକ୍ତଶର୍କରା ପାଇଁ ତାଙ୍କୁ କିଭଳି ଇନସୁଲିନ୍ ଡୋଜ୍‌ରୁ ବଞ୍ଚିତ କରାଗଲା ଏବଂ ଏହା କିପରି ତାଙ୍କ ଲିଭର ଓ କିଡନୀକୁ କ୍ଷତି ପହଞ୍ଚାଇଥାନ୍ତା ସେ ବିଷୟରେ ବର୍ଣ୍ଣନା କରିଥିଲେ। ଲାଡୱାରେ ମଧ୍ୟ କେଜ୍ରିୱାଲ ଜନତାଙ୍କୁ ଏଭଳି ଉଦ୍‌ବୋଧନ ଦେଇ ହରିୟାଣାରେ ଆପ୍ ଓ ଇଣ୍ଡି-ମେଣ୍ଟକୁ ଭୋଟ୍ ଦେବା ନିମନ୍ତେ ଲୋକଙ୍କଠାରୁ ପ୍ରତିଶ୍ରୁତି ଆଦାୟ କରିଥିଲେ। ଉଲ୍ଲେଖଯୋଗ୍ୟ, ହରିୟାଣାରେ ସେ ଅଧିକ ସହାନୁଭୂତି ହାସଲ କରିବା ପାଇଁ ନିଜକୁ ‘ସ୍ଥାନୀୟ ବ୍ୟକ୍ତି’ ବୋଲି ଅଭିହିତ କରିଥିଲେ। ତିହାର ଜେଲରୁ ମୁକୁଳିବା ପରେ କେଜ୍ରିଵାଲଙ୍କୁ ଅଣକଂଗ୍ରେସ ସହଯୋଗୀ ଦଳମାନେ ପ୍ରଚାର ପାଇଁ ଅନୁରୋଧ କରିବା ଆରମ୍ଭ କରିଛନ୍ତି ଏବଂ କେଜ୍ରିୱାଲ ଏହାକୁ ଗ୍ରହଣ କରି ଅଭିଯାନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe