ରୁଷ୍‌ରୁ ଆହୁରି ମିଗ୍‌-୨୯ ଏବଂ ସୁଖୋଇ ଲଢୁଆ ବିମାନ କିଣିବ ଭାରତ

Advertisment
ରୁଷ୍‌ରୁ ଆହୁରି ମିଗ୍‌-୨୯ ଏବଂ ସୁଖୋଇ ଲଢୁଆ ବିମାନ କିଣିବ ଭାରତ

Image Courtesy of Business Today

ନୂଆଦିଲ୍ଲୀ: ରୁଷ୍‌ରୁ ଆଉ ୨୧ଟି ମିଗ୍‌-୨୯ ଏବଂ ୧୨ଟି ସୁଖୋଇ-୩୦ଏମ୍‌କେଆଇ ଲଢୁଆ ବିମାନ ଖରିଦ କରିବାକୁ ଭାରତ ବିଧିବଦ୍ଧ ଭାବେ ପ୍ରସ୍ତୁତି ଆରମ୍ଭ କରିଛି। ଖୁବ୍‌ ଶୀଘ୍ର ଏଥିପାଇଁ ରୁଷ୍‌ର ରାଷ୍ଟ୍ରାୟତ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ବିଭାଗ ‘ରୋସୋବୋରୋନଏକ୍ସପୋର୍ଟ’କୁ ‘ରିକ୍ୱେଷ୍ଟ୍‍ ଫର୍‌ ପ୍ରପୋଜାଲ୍‌’ ପଠାଯିବ ବୋଲି ରବିବାର ଦିନ ପ୍ରତିରକ୍ଷାସୂତ୍ରରୁ ଜଣାପଡ଼ିଛି।

ଏହି ମିଗ୍‌-୨୯ ବିମାନ ସବୁ ଅପେକ୍ଷାକୃତ ସୁଲଭ ମୂଲ୍ୟରେ ଖରିଦ କରାଯିବ। ସମ୍ପ୍ରତି ଭାରତୀୟ ବାୟୁସେନା ପାଖରେ ୫୯ଟି ମିଗ୍‌-୨୯ ଲଢୁଆ ବିମାନ ରହିଛି।

publive-image Image Courtesy of The Times of India

ସେହିଭଳି ପୂର୍ବରୁ ୨୭୨ଟି ସୁଖୋଇ-୩୦ଏମ୍‌କେଆଇ ଲଢୁଆ ବିମାନ ପାଇଁ ପ୍ରାୟ ୧୫ ବିଲିୟନ୍‌ ଡଲାର୍‌ର ରାଜିନାମା ହୋଇଥିଲା। ଏହାର ଉତ୍ପାଦନ ନିମନ୍ତେ ‘ହିନ୍ଦୁସ୍ତାନ ଏରୋନଟିକ୍ସ୍‍’କୁ ଲାଇସେନ୍‌ସ୍‌ ମିଳିଥିଲା। ଏହାଛଡ଼ା ଆହୁରି ୧୨ଟି ସୁଖୋଇ-୩୦ଏମ୍‌କେଆଇ ଲଢୁଆ ବିମାନ ପାଇଁ ମଧ୍ୟ ବରାଦ ଦିଆଯିବ। ୨୭୨ଟି ସୁଖୋଇ-୩୦ଏମ୍‌କେଆଇ ଲଢୁଆ ବିମାନରୁ ୨୬୮ଟି ବାୟୁସେନାରେ ସାମିଲ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଅନ୍ୟୂନ ୯ଟି ସୁଖୋଇ-୩୦ଏମ୍‌କେଆଇ ଲଢୁଆ ବିମାନ ଦୁର୍ଘଟଣାରେ ନଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe