Image Courtesy of TOI
ନୂଆଦିଲ୍ଲୀ: ଭାରତ ମାଳଦ୍ୱୀପ ମାମଲାରେ ହସ୍ତକ୍ଷେପ କରିବା ବନ୍ଦ କରିବା ଆବଶ୍ୟକ। ମାଳଦ୍ୱୀପ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଏ କଥା ରାଷ୍ଟ୍ରାୟତ ଚୀନ୍ ଗଣମାଧ୍ୟମ ଆଜି ତା’ର ସମ୍ପାଦକୀୟରେ ଲେଖିଛି।
ଦ୍ୱୀପପୁଞ୍ଜ ରାଷ୍ଟ୍ରର ସଂଗ୍ରାମରତ ରାଷ୍ଟ୍ରପତି ଅବଦ୍ଦୁଲ୍ଲା ୟମିନ୍ ସେଠାରେ ଏ ସପ୍ତାହରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଶୀର୍ଷସ୍ତରୀୟ ବିଚାରପତି ଏବଂ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ଆଦେଶ ଦେଇଛନ୍ତି।
ଆଜି ଭାରତ କହିଛି କି, ସେଠାରେ ଜରୁରୀକାଳୀନ ପରିସ୍ଥିତି ଜାରି ଉପରେ ଭାରତ ବିବ୍ରତ ହେବା ସହ ବିଚାରପତି ଏବଂ ରାଜନୈତିକ ବ୍ୟକ୍ତିଙ୍କ ଗରିଫଦାରି ଘଟଣାକୁ ଚିନ୍ତା ଉଦ୍ରେକକାରୀ ବୋଲି ବର୍ଣ୍ଣନା କରିଛି।
ଭାରତର ଜବାବରେ ଚୀନ ଅସନ୍ତୁଷ୍ଟ ହୋଇଛି। ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ଦ୍ୱାରା ପ୍ରକାଶିତ ଗ୍ଲୋବାଲ୍ ଟାଇମ୍ସ୍ର ସମ୍ପାଦକୀୟରେ କୁହାଯାଇଛି: ରାଜନୈତିକ ସଂଗ୍ରାମ ଅଭ୍ୟନ୍ତରୀଣ ବ୍ୟାପାର ବୋଲି ମନେ ହୁଏ। ତେଣୁ ମାଳଦ୍ୱୀପ ବ୍ୟାପାରରେ ନୂଆଦିଲ୍ଲୀର ହସ୍ତକ୍ଷେପର ଯଥାର୍ଥତା ନାହିଁ। ମାଳଦ୍ୱୀପ ଭାରତ ଚାପରେ ଥିବ ନିଶ୍ଚୟ।
Follow Us