ଆଉ ୮ଟି ରୁଟ୍‌ରେ ବସ୍‌ ଚଳାଚଳ ପାଇଁ ଭାରତ ଓ ନେପାଳ ରାଜି

Advertisment
ଆଉ ୮ଟି ରୁଟ୍‌ରେ ବସ୍‌ ଚଳାଚଳ ପାଇଁ ଭାରତ ଓ ନେପାଳ ରାଜି

ନୂଆଦିଲ୍ଲୀ: ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଯୋଗାଯୋଗ ଉନ୍ନତ କରିବା ପାଇଁ ୮ଟି ନୂଆ ରାସ୍ତାରେ ବସ୍‌ ଚଳାଚଳ କରାଇବା ପାଇଁ ଭାରତ ଓ ନେପାଳ ରାଜ ହୋଇଛନ୍ତି। ପାଟନା-ଜନକପୁର, କାଠମାଣ୍ଡୁ-ବାରାଣସୀ, ବୋଧଗୟା-କାଠମାଣ୍ଡୁ ଏବଂ ନେପାଳଗଞ୍ଜ-ଦିଲ୍ଲୀ ଆଦି ରୁଟ୍‌ ଏହି ନୂତନ ରୁଟ୍‌ ଅନ୍ତର୍ଭୁକ୍ତ।

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ନେପାଳ ପ୍ରତିପକ୍ଷ କେ ପି ଓଲି ପତାକା ହଲାଇ ଶୁଭାରମ୍ଭ କରିଥିବା ଜନକପୁର-ଅଯୋଧ୍ୟା ବସ୍‌ ସେବା ଉଭୟ ନେପାଳ ଓ ଭାରତ ସରକାରଙ୍କ ସହମତିରେ ଆରମ୍ଭ ହୋଇଥିବା ବସ୍‌ ସେବା ମଧ୍ୟରୁ ଗୋଟିଏ। ଖୁବ୍‌ ଶୀଘ୍ର ଏହି ରୁଟ୍‌ରେ ନିୟମିତ ବସ୍‌ ଚଳାଚଳ ଆରମ୍ଭ ହେବ।

publive-image

ଦୁଇ ଦେଶ ମଧ୍ୟରେ ଅଧିକ ରୁଟ୍‌ରେ ବସ୍‌ ଚଳାଚଳ ପାଇଁ ସାଧାରଣରେ ଦାବି ହୋଇ ଆସୁଛି। ସେ ସବୁ ବିଚାରଧୀନ ରହିଛି। ନୂଆ ରୁଟ୍‌ରେ ବସ୍‌ ଚଳାଇବା ପାଇଁ ଅପରେଟର୍‌ ଏବଂ ମୋଡାଲିଟି ସବୁକୁ ରାଜ୍ୟ ପରିବହନ କର୍ପୋରେସନ୍‌ ଯାଞ୍ଚ କରୁଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଯାତ୍ରୀଙ୍କୁ ନେଇ ନେପାଳ ମଧ୍ୟକୁ ବୁଲିଯିବାକୁ ଭାରତ-ନେପାଳ ସୀମା ଠାରେ ଭାରତୀୟ ଡ୍ରାଇଭର୍‌ମାନଙ୍କୁ ଅନୁମତି ଦେବା ପ୍ରସଙ୍ଗକୁ ମଧ୍ୟ ଭାରତ ଉପସ୍ଥାପନ କରିଛି। ନିଜ ଗାଡ଼ି ନେଇ ଭାରତୀୟମାନେ ନେପାଳର କେତେ ଭିତରକୁ ଯାଇ ପାରିବେ ତାହା ସମ୍ପ୍ରତି ନେପାଳୀ ଦୂତାବାସର ଅନୁମତି ଉପରେ ନିର୍ଭର କରୁଛି। କଟକଣା ଉଲ୍ଲଂଘନ କରୁଥିବା ଭାରତୀୟ ଗାଡ଼ିଗୁଡ଼ିକୁ ଜବତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe